ହୃଦୟ ଜିତିଲେ ଅମିତ ଶାହ

ଜମୁ, ଅକ୍ଟୋବର ୨୫ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଜମୁ କଶ୍ମୀର ଗସ୍ତରେ ସ୍ଥାନୀୟ ଲୋକଙ୍କର ନିକଟତର ହୋଇଛନ୍ତି। ନିଜର ୩ ଦିବସୀୟ ଗସ୍ତର ୨ୟ ଦିନରେ ରବିବାର ଶାହ କେନ୍ଦ୍ର ଶାସିତ ରାଜ୍ୟର ଶୀତକାଳୀନ ରାଜଧାନୀ ଜମୁ ପହଂଚିଥିଲେ। ରବିବାର ସନ୍ଧ୍ୟାରେ ସେ ଆରଏସପୁରା ସେକ୍ଟରରେ ଭାରତ-ପାକିସ୍ତାନ ସୀମାକୁ ଯାଇଥିଲେ। ଜମୁ ଠାରୁ ଲାଗିଥିବା ମକବାଲରେ ସେ ବିଏସଏଫ ଯବାନଙ୍କ ସହିତ କଥାବାର୍ତ୍ତା କରିଥିଲେ ଏବଂ ସେଠାରେ ସ୍ଥାନୀୟ ଲୋକଙ୍କ ସହିତ କିଛି ସମୟ ବିତାଇଥିଲେ।

gpkandhamal

ଗୃହମନ୍ତ୍ରୀ ଅମିତ ଶାହା ମକୱାଲରେ ଜଣେ ସ୍ଥାନୀୟ ନାଗରିକଙ୍କ ଫୋନ ନମ୍ବର ନିଜ ମୋବାଇଲରେ ସୁରକ୍ଷିତ କରିଥିଲେ। ସେ ନିଜର ନମ୍ବର ସାଧାରଣ ଲୋକଙ୍କୁ ଦେଇ କହିଥିଲେ ଯେ, ଜରୁରୀ ସମୟରେ ଫୋନ କରନ୍ତୁ। ଅମିତ ଶାହା ଲୋକଙ୍କ ସହିତ ଚା’ ପିଇଥିଲେ। ଏଥି ସହିତ ସେ ସ୍ଥାନୀୟ ଲୋକଙ୍କ ସହିତ କିଛି ସମୟ ପାଇଁ କଥାବାର୍ତ୍ତା କରିବା ସହିତ ବିଭିନ୍ନ ସମସ୍ୟା ସଂପର୍କରେ ଅବଗତ ହୋଇଥିଲେ। 

Umasankar Adv
Leave A Reply

Your email address will not be published.