ଆଜି ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ ଡାକରା

କଳାହାଣ୍ଡି,ଅକ୍ଟୋବର 25 : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପଛୁଆ ବର୍ଗଙ୍କୁ ସଂରକ୍ଷଣ ତାଲିକାରୁ ବାଦ ଦିଆଯାଇଥିବା ପ୍ରତିବାଦରେ ଆଜି ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ ଡାକରା ଦିଆଯାଇଛି । ଆଜି ଜିଲ୍ଲାକୁ ସମ୍ପୂର୍ଣ୍ଣ ବନ୍ଦ ଡାକରା ଦେଇଛି ପଛୁଆ ବର୍ଗ ଜାତି ସମୂହ । ରାଜ୍ୟ ସରକାର ପଛୁଆ ବର୍ଗଙ୍କୁ ସାମ୍ବିଧାନିକ ଅଧିକାର, ଶିକ୍ଷା, ଚାକିରି ଓ ରାଜନୀତି ସଂରକ୍ଷଣରୁ ଉଚ୍ଛେଦ କରାଯାଇଥିବାରୁ ଏହାକୁ ବିରୋଧ କରି ବନ୍ଦ ଡାକରା ଦିଆଯାଇଛି । 

gpkandhamal

ବନ୍ଦ ସମୟରେ ସମସ୍ତ ଜରୁରୀକାଳୀନ ଦୋକାନ ଓ ଯାନବାହନକୁ ବାଦ ଦିଆଯିବା ନେଇ ଗତକାଲି ପଛୁଆ ବର୍ଗ ଜାତି ସମୂହ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପଟେ ଭବାନୀପାଟଣାରେ ବଣିକ ସଂଘ ଏହି ବନ୍ଦ ଡ଼ାକରାକୁ ସମର୍ଥନ କରୁନଥିବାରୁ ବଜାର ଖୋଲା ରହିଛି ।   

Umasankar Adv
Leave A Reply

Your email address will not be published.