କେରଳରେ କରୋନା: ପୁଣି ଦୈନିକ ସଂକ୍ରମଣ ୮ ହଜାର ଟପିଲା

ମୁମ୍ବାଇ, ଅକ୍ଟୋବର ୨୫: କେରଳରେ କରୋନା ସଂକ୍ରମଣର ସ୍ଥିତି ସାମାନ୍ୟ ସୁଧୁରିଛି। କିନ୍ତୁ ଅନ୍ୟ ରାଜ୍ୟ ସହିତ ତୁଳନା କଲେ ଚିନ୍ତା ବଢ଼ିଛି। ଲଗାତାର ଅନେକ ଦିନ ପର୍ଯ୍ୟନ୍ତ କେରଳରେ ଦୈନିକ ସଂକ୍ରମଣ ୮ ହଜାରରୁ ଅଧିକ ରହୁଛି। ଦେଶରେ କରୋନାଜନିତ ମୃତ୍ୟୁ କେରଳରେ ଅଧିକ। ଦୈନିକ ମୃତ୍ୟୁ ୭୦ରୁ ୮୦ ରହୁଛି।  ବିଗତ ୨୪ ଘଣ୍ଟାର ରିପୋର୍ଟ ଅନୁସାରେ କେରଳରେ ୮୫୩୮ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ମହାମାରୀ ଯୋଗୁଁ ୭୧ ଜଣଙ୍କର ମୃତ୍ୟୁ ହୋଇଛି। ଆଶ୍ବସ୍ତିକର କଥା ହେଲା ଯେ, କେରଳରେ ଏବେ ବି ନମୁନା ପରୀକ୍ଷା ଅଧିକ କରାଯାଉଛି। ବିଗତ ୨୪ ଘଣ୍ଟା ମଧ୍ୟରେ ୭୯ ହଜାର ୧୦୦ ଜଣଙ୍କର ନମୁନା ପରୀକ୍ଷା କରାଯାଇଛି। ନୂଆ ସଂକ୍ରମଣ ତୁଳନାରେ ରାଜ୍ୟରେ ଅଧିକ ଲୋକ ସୁସ୍ଥ ହେଉଛନ୍ତି। ୯୪.୩ ପ୍ରତିଶତ ଲୋକ କରୋନାର ପ୍ରଥମ ଡୋଜ ନେଇଛନ୍ତି। ୪୭.୮ ପ୍ରତିଶତ ଲୋକ ସମସ୍ତ ଡୋଜ ନେଇସାରିଛନ୍ତି। 

gpkandhamal

କେରଳର ସ୍ଥିତି ସୁଧୁରୁଥିବା ବେଳେ ମହାରାଷ୍ଟ୍ରରେ ଭଲ ସ୍ଥିତି ରହିଛି। କରୋନା ନିମ୍ନଗାମୀ ହେଉଛି। ରାଜ୍ୟରେ ଏବେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୩,୮୯୪ ଥିବା ବ‌େଳେ ବିଗତ ୨୪ ଘଣ୍ଟାରେ ୧୪୧୦ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ସମୟ ମଧ୍ୟରେ ମହାରାଷ୍ଟ୍ରରେ କରୋନାରେ ୧୮ ଜଣଙ୍କର ମୃତ୍ୟୁ ହୋଇଛି।

Umasankar Adv
Leave A Reply

Your email address will not be published.