ଭାରତରେ କରୋନା

ନୂଆଦିଲ୍ଲୀ, ଅକ୍ଟୋବର ୨୫ : ଦେଶରେ କରୋନା ଭାଇରସ ମହାମାରୀ ନିମ୍ନଗାମୀ ହୋଇଛି। ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୪ ହଜାର ୬୪୧ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ସମୟ ମଧ୍ୟରେ ୧୮ ହଜାର ୬୯୯ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ୪୪୨ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।  ବିଗତ ୨୪ ଘଣ୍ଟା ପୂର୍ବରୁ ଦେଶରେ ୧୬ ହଜାର ୭୧ ଜଣ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହି ସମୟ ମଧ୍ୟରେ ୧୬ ହଜାର ୫୦୦ ଲୋକ କରୋନରୁ ସୁସ୍ଥ ହୋଇଥିଲା ବେଳେ ୫୫୯ ଜଣଙ୍କର ପ୍ରାଣହାନୀ ଘଟିଥିଲା। ଦେଶରେ କରୋନା ଭାଇରସ ସଂକ୍ରମଣ ବ୍ୟାପିବାରେ ବିରାମ ଲାଗୁନାହିଁ। ବ୍ୟାପକ ସତର୍କତା ଅଭିଯାନ, ଟିକାକରଣ ଓ ଅନ୍ୟ ଅବଶ୍ୟକ ପଦକ୍ଷେପ ନିଆଯିବା ସତ୍ତ୍ବେ ସଂକ୍ରମଣ ବଢ଼ିଚାଲିଛି।  

gpkandhamal

କୋଭିଡ-୧୯ ଉପରେ ନଜର ରଖିଥିବା ୱେବସାଇଟ ୱାଲଡୋମିଟରର ତଥ୍ୟ ଅନୁସାରେ ଦେଶରେ ଆଜି ପର୍ଯ୍ୟନ୍ତ ଦେଶରେ ୩ କୋଟି ୪୧ ଲକ୍ଷ ୮୯ ହଜାର ୪୮୪ ଜଣ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇସାରିଛନ୍ତି। ଏଥିରୁ ୩ କୋଟି ୩୫ ଲକ୍ଷ ୫୯ ହଜାର ୬୪୯ ଜଣ ସୁସ୍ଥ ହୋଇଛନ୍ତି। ଦେଶରେ ୪ ଲକ୍ଷ ୫୪ ହଜାର ୭୪୩ ଲୋକ କରୋନାଜନିତ ମୃତ୍ୟୁ ହୋଇଥିବା ବେଳେ ଏବେ ୧ ଲକ୍ଷ ୭୫ ହଜାର ୯୨ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ତେବେ ଭାରତ ସରକାରଙ୍କ ଦ୍ବାରା ଦୈନିକ କରୋନା ରିପୋର୍ଟ ଜାରି ହେବା ପରେ ଦେଶର ପ୍ରକୃତ ସଂକ୍ରମଣ ତଥ୍ୟ ଜଣାପଡ଼ିବ।      

Umasankar Adv
Leave A Reply

Your email address will not be published.