ଦିଲ୍ଳୀ ପୁରୁଣା ସୀମାପୁରୀରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ, ଅକ୍ଟୋବର ୨୬ : ଦିଲ୍ଳୀରେ ଅଗ୍ନିକାଣ୍ଡ ଯୋଗୁଁ ୨ ଜଣ ମହିଳାଙ୍କ ସମେତ ମୋଟ ୪ ଜଣଙ୍କର ମୃତ୍ୟୁ ହୋଇଛି। ପୁରୁଣା ସୀମାପୁର ଅଂଚଳରେ ଏହି ଅଭାବନୀୟ ଅଘଟଣ ଘଟିଛି। ଏଠାରେ ଏକ କୋଠାରେ ପ୍ରଥମେ ନିଆଁ ଲାଗିଥିଲା। କୋଠାର ୩ୟ ମହଲାରେ ନିଆଁ ଲାଗିଥିଲା।  ଗଣମାଧ୍ୟମର ରିପୋର୍ଟ ଅନୁସାରେ ମଙ୍ଗଳବାର ଭୋର ୪ଟାରେ ଏହି ଅଗ୍ନିକାଣ୍ଡ ହୋଇଥିବାରୁ ଲୋକେ ନିଆଁରୁ ବର୍ତ୍ତିପାରି ନଥିଲେ। ମୃତକମାନେ ଗୋଟିଏ କୋଠରୀରେ ଥିଲେ। ସୂଚନା ମିଳିବା ପରେ ଅଗ୍ନିଶମ ବାହିନୀ ପହଂଚି ଥିଲା। ଅଗ୍ନିଶମ ବାହିନୀର କର୍ମଚାରୀମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ଉଦ୍ୟମ କରିବା ପରେ ଅଗ୍ନିକାଣ୍ଡକୁ ନିୟନ୍ତ୍ରଣରେ ଅଣାଯାଇପାରିଛି। କିନ୍ତୁ ନିଆଁ ଆୟତ୍ତକୁ ଆସିବା ପୂର୍ବରୁ ଲକ୍ଷାଧିକ ଟଙ୍କାର ଜିନିଷ ପୋଡ଼ି ପାଉଁଶ ହୋଇଯାଇଛି। 

Leave A Reply

Your email address will not be published.