ଦିଲ୍ଳୀ ପହଂଚିଲେ ସମୀର ୱାଙ୍ଖେଡେ

ନୂଆଦିଲ୍ଲୀ, ଅକ୍ଟୋବର ୨୬ : ମୁମ୍ବାଇ ଡ୍ରଗ୍ସ ମାମଲାରେ ଲାଞ୍ଚ ଅଭିଯୋଗରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ପକ୍ଷରୁ ତଦନ୍ତ ଆରମ୍ଭ ହେବାର ଦିନକ ପରେ ମୁମ୍ବାଇର ଜୋନାଲ ନିର୍ଦ୍ଦେଶକ ସମୀନ ୱାଙ୍ଖେଡେ ଆଜି (ମଙ୍ଗଳବାର) ଏନ୍‌ସିବି ମହାନିର୍ଦ୍ଦେଶକଙ୍କୁ ଭେଟିବେ। ଏଥି ପାଇଁ ସମୀର ୱାଙ୍ଖେଡେ ଆଜି ଦିଲ୍ଲୀ ପହଂଚିଛନ୍ତି। ଦିଲ୍ଲୀ ପହଂଚିବା ପରେ ସମୀର ଗଣମାଧ୍ୟମକୁ କହିଛନ୍ତି ଯେ, ଲାଞ୍ଚ ନେବା ଅଭିଯୋଗକୁ ନେଇ ତାଙ୍କୁ ଦିଲ୍ଲୀ ଡାକରା ହୋଇନାହିଁ। 

gpkandhamal

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଡ୍ରଗ୍ସ ମାମଲାର ତଦନ୍ତ କରୁଥିବା ସମୀର ୱାଙ୍ଖେଡେ, ଯିଏକି ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆରିୟନ ଖାନଙ୍କୁ ଗିରଫ କରିଥିଲେ, ଆଜି ଦିଲ୍ଲୀରେ ଏନସିବିର ମୁଖ୍ୟ କାର୍ଯ୍ୟାଳୟରେ ନିଜର ବସ୍‌ ଏସ୍‌ଏନ୍‌ ପ୍ରଧାନଙ୍କୁ ଭେଟିବେ। ସୂତ୍ର ଅନୁସାରେ ସମୀର ୱାଙ୍ଗେଡେ ଓ ଏନସିବି ମୁଖ୍ୟଙ୍କ ମଧ୍ୟରେ ସମୀକ୍ଷା ବୈଠକ ହେବ। ମାତ୍ର ଏହି ବୈଠକରେ ଆରିୟନ ଖାନ ସଂପର୍କିତ ଡଗ୍ସ ମାମଲା ନେଇ ମଧ୍ୟ ଚର୍ଚ୍ଚାକୁ ନେଇ ଅସ୍ବୀକାର କରାଯାଇ ନପାରେ। 

Umasankar Adv
Leave A Reply

Your email address will not be published.