ଆର୍ଯ୍ୟନ୍‌ଙ୍କୁ ମିଳିବ କି ବେଲ୍?

ନୂଆଦିଲ୍ଲୀ, ଅକ୍ଟୋବର ୨୬ : ମୁମ୍ବାଇ କ୍ରୁଜ ଲେଭପାର୍ଟି ଡ୍ରଗ୍ସ ମାମଲା । ଆଜି ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନଙ୍କ ଜାମିନ୍ ଆବେଦନର ହେବ ଶୁଣାଣି । ବମ୍ବେ ହାଇକୋର୍ଟରେ ଏହି ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହେବ । ତେବେ ଆର୍ଯ୍ୟନ୍‌ଙ୍କୁ ଆଜି ବେଲ୍ ମିଳିବ କି ନାହିଁ ସେ ଉପରେ ରଖିଛି ନଜର । ଯଦି ଆର୍ଯ୍ୟନ୍‌ଙ୍କୁ ଆଜି ବେଲ୍ ମିଳେ ତେବେ ସେ ଆସନ୍ତା ୩୦ ତାରିଖ ଯାଏଁ ବିଚାର ବିଭାଗୀୟ ହେପାଜତରେ ରହିବେ । 

gpkandhamal

ପୂର୍ବରୁ ଆର୍ଯ୍ୟନ୍‌ଙ୍କ ବେଲ୍ ଆବେଦନ ଖାରଚ ହୋଇସାରିଛି । ମାତ୍ର ଆଜି ତାଙ୍କୁ ବେଲ୍ ମିଳିବା ନେଇ ଆଶାବାଦୀ ଅଛନ୍ତି ଆର୍ଯ୍ୟନ ଓ ତାଙ୍କ ପରିବାର । ତେବେ ବେଲକୁ ବିରୋଧ କରିବ ଏନସିବି । ମିଳିଥିବା ପ୍ରମାଣ ଆଦାରରେ ଜାମିନ ଆବେଦନ ଉପରେ ରୋକ ଲଗାଇବା ପାଇଁ ପ୍ରୟାସ କରିବ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ପୂର୍ବରୁ ମୁମ୍ବାଇର ସେସନ୍ସ କୋର୍ଟ ଆର୍ଯ୍ୟନ୍‌ଙ୍କ ସହ ମୁନମୁନ ଧମେଚା ଓ ଆରବାଜ ମର୍ଚ୍ଚାଣ୍ଟଙ୍କ ଜାମିନ ଖାରଜ କରିଥିଲେ । ପରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଆର୍ଯ୍ୟନ୍‌ଙ୍କ ଆଇନଜୀବୀ । ତେବେ କ୍ରୁଜ ରେଭପାର୍ଟିରେ ଡ୍ରଗସ ମାମଲାରେ ଗତ ୨ ତାରିଖରେ ଗିରଫ ହୋଇଥିଲେ ଆର୍ଯ୍ୟନ୍ ଖାନ୍ ।

Umasankar Adv
Leave A Reply

Your email address will not be published.