୨୪ ବର୍ଷୀୟ ମହିଳା ହେଲେ ୨୧ ଶିଶୁଙ୍କର ମା

ନୂଆଦିଲ୍ଲୀ, ଅକ୍ଟୋବର ୨୬ : ସାଧାରଣତଃ ଯେକୌଣସି ମହିଳାଙ୍କୁ ଗୋଟିଏ ବା ୨ଟି ଛୁଆର ଦାୟିତ୍ବ ନେବା ଭାରି ପଡ଼ିଯାଇଥାଏ। କିନ୍ତୁ ଋଷିଆର ଜଣେ ମହିଳା ଏବେ ୨୧ ଶିଶୁଙ୍କର ମା’ ହୋଇସାରିଛନ୍ତି। ମହିଳାଙ୍କ ନାମ ହେଲା କ୍ରିଷ୍ଟିନା ଓଜଟର୍କ। ସେ ନିଜର ୨୧ ଶିଶୁର ଦାୟିତ୍ବ ନେବା ପାଇଁ ୧୬ ଜଣ ଧାଈ ମା’ଙ୍କୁ ନିଯୁକ୍ତ କରିଛନ୍ତି।  ଜର୍ଜିଆରେ କୋଟିପତି ବ୍ୟକ୍ତି ଗୈଳୀପଙ୍କ ୨୪ ବର୍ଷୀୟ ପତ୍ନୀ କ୍ରିଷ୍ଟୀନା ଓଜଟର୍କ ଗତ ବର୍ଷ ମାର୍ଚ୍ଚ ମାସ ଠାରୁ ଚଳିତ ବର୍ଷ ଜୁଲାଇ ମଧ୍ୟରେ ସରୋଗେଟ୍‌ସ ଜରିାରେ ମାତା-ପିତା ହେବାରେ ୧,୪୨,୦୦୦ ପାଉଣ୍ଡ ଅର୍ଥା ୧ କୋଟି ୪୬ ଲକ୍ଷ ୭୮ ହଜାର ୧୫୬ ଟଙ୍କା ଖର୍ଚ୍ଚ କରିସାରିଛନ୍ତି। ମୂଳ ରୂପରେ ଋଷିଆ ନିବାସୀ କ୍ରିଷ୍ଟୀନା ୧୬ ଜଣ ଧାଇ ମା’ଙ୍କ ପାଇଁ ପ୍ରତିବର୍ଷ ୯୬ ହଜାର ଡଲାର ଅର୍ଥାତ ୭୨ ଲକ୍ଷ ୮ ହଜାର ୨୬୫ ଟଙ୍କା ଖର୍ଚ୍ଚ କରନ୍ତି। ଏହି ଧାଇ ମା’ ମାନେ ଶିଶୁମାନଙ୍କର ଯତ୍ନ ନେଇଥାନ୍ତି। ସେଥିପାଇଁ ସେମାନଙ୍କୁ ଦିନରାତି କାମ କରିବାକୁ ପଡ଼ିଥାଏ। 

gpkandhamal

କ୍ରିଷ୍ଟୀନାଙ୍କ ସ୍ବାମୀଙ୍କ ପ୍ରଥମ ପତ୍ନୀଙ୍କ ୨ଟି ଶିଶୁଙ୍କ ସମେତ ଏହି ପାରବାରରେ ମୋଟ ୨୩ ଜଣ ଶିଶୁ ରହୁଛନ୍ତି। କ୍ରିଷ୍ଟୀନା କହିଥାନ୍ତି ଯେ, ସେ ଜଣେ ବ୍ୟବହାରିକ ମହିଳା। ସେ ସବୁ ବେଳେ ଶିଶୁମାନଙ୍କ ସହିତ ରୁହନ୍ତି। ଅନ୍ୟ ମା’ଙ୍କ ଭଳି ସେ ମଧ୍ୟ ପିଲାମାନଙ୍କର ଯତ୍ନ ନିଅନ୍ତି। 

Umasankar Adv
Leave A Reply

Your email address will not be published.