ଆଜି ମମିତାଙ୍କ ପରିବାର ସଦସ୍ୟଙ୍କୁ ଭେଟିବାକୁ ଆସୁଛି ବିଜେପି କେନ୍ଦ୍ରୀୟ ଟିମ୍‌

ଭୁବନେଶ୍ୱର, ଅକ୍ଟୋବର ୨୯ : ମମିତା ଅପହରଣ ଏବଂ ହତ୍ୟା ମାମାଲାରେ ରାଜ୍ୟ ରାଜନିତୀ ଏବେ ଉଠୁଛି ପଡୁଛି । ଘଟଣାରେ ସପୃକ୍ତି ଅଭିଯୋଗ କରି ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ବିରୋଧୀ ନଛୋଡବନ୍ଧା । ଏହାକୁ ଏବେ ଜାତିୟ ସ୍ତରର ମୁଦ୍ଦା କରି ରାଜ୍ୟସରକାରଙ୍କୁ ଘନଘନ ଟାର୍ଗେଟ କରୁଛନ୍ତି ବିଜେପିର ନେତାମାନେ । ତେବେ ଏହାରି ମଧ୍ୟରେ ଆଜି ମମିତାଙ୍କ ପରିବାର ଲୋକଙ୍କୁ ଭେଟିବାକୁ ଆସୁଛନ୍ତି ବିଜେପିର କେନ୍ଦ୍ରୟ ଟିମ୍ । ଏହି ଘଟଣା ସମ୍ପର୍କରେ ବାସ୍ତବ ସ୍ଥିତି ଜାଣିବା ପାଇଁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ସଙ୍କ ନିର୍ଦ୍ଦେଶକ୍ରମେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଓଡ଼ିଶା ଆସୁଛନ୍ତି । 

gpkandhamal

ଏହି ପ୍ରତିନିଧି ଦଳରେ ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ସଭାନେତ୍ରୀ ବନଥୀ ଶ୍ରୀନିବାସନ , ଏମ୍‌ପି ସୁନୀତା ଦୁଗଲ ଏବଂ ବିଧାୟିକା ରୂପା ମିତ୍ର ଚୌଧୁରୀ ସାମିଲ ଅଛନ୍ତି । ପ୍ରତିନିଧି ଦଳ ବଲାଙ୍ଗୀର ଜିଲା ଝରଣୀ ଗ୍ରାମକୁ ଯାଇ ମୃତ ମମିତାଙ୍କ ପରିବାର ସଦସ୍ୟଙ୍କୁ ଭେଟି ବିସ୍ତୃତ ଆଲୋଚନା କରିବା ପରେ ମହାଲିଙ୍ଗ ଗ୍ରାମକୁ ଯାଇ ଘଟଣା ସ୍ଥଳ ବୁଲି ଘଟଣା ସମ୍ପର୍କରେ ଅନୁଧ୍ୟାନ କରିବେ । ଏହି ପ୍ରତିନିଧି ଦଳ ଆସନ୍ତା ୩୦ ତାରିଖରେ ଭୁବନେଶ୍ୱରଠାରେ ହେବାକୁଥିବା ଖବରଦାତା ସମ୍ମିଳନୀରେ ଗସ୍ତ ସମ୍ପର୍କରେ ଅବଗତ କରାଇବେ ।

Umasankar Adv
Leave A Reply

Your email address will not be published.