ଭୁବନେଶ୍ୱରରେ ଓଡିଶା ଡ୍ରାଇଭର ମହାସଂଘର ବିଶାଳ ରାଲି

ଭୁବନେଶ୍ୱର, ଅକ୍ଟୋବର ୨୯ : ୧୦ ଦଫା ଦାବି ନେଇ ଆଜି ଭୁବନେଶ୍ୱରରେ ବିଶାଳ ରାଲି କରୁଛି ଓଡିଶା ଡ୍ରାଇଭର ମହାସଂଘ । ବିଭିନ୍ନ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଡ୍ରାଇଭର ମାନେ ଆସି ବିଶାଳ ରାଲି ପ୍ରଦର୍ଶନ କରିଛନ୍ତି । ତେବେ ସେମାନେ ନବୀନ ନିୱାସ ଆଡକୁ ବିରୋଧ ପ୍ରଦର୍ଶନ କରୁଥିବା ବେଳେ ଟ୍ରାଫିକ ବ୍ୟାହତ ହୋଇଛି । ସେମାନେ ଦାବି କରିଛନ୍ତି ଯେ ଓଡ଼ିଶା ଡ୍ରାଇଭର ଆସୋସିଏସନର ସମସ୍ତ ସଦସ୍ୟଙ୍କୁ କରୋନା ଯୋଦ୍ଧା ମାନ୍ୟତା ଦିଆଯାଉ । 

gpkandhamal

ସେମାନେ ଦାବି କରିଛନ୍ତି ଯେ ଜନସାଧାରଣଙ୍କ ଆକ୍ରୋଶର ଶିକାର ହେଉଥିବା ଡ୍ରାଇଭରର ସମାଜର ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ ପ୍ରଣୟନ କରାଯାଉ । ଗାଡିଗୁିକ ପାର୍କିଂ ସ୍ଥାନରେ ଡ୍ରାଇଭର ମାନଙ୍କ ପାଇଁ ବିସ୍ରାମର ବ୍ୟବସ୍ଥା କରାଯାଉ । ୫୫ ବର୍ଷ ପରେ ସେମାନଙ୍କୁ ପେନ୍‌ସନ୍ ଦିଆଯାଉ । ଦୁର୍ଘଟଣା ଯୋଗୁଁ ମୃତ୍ୟୁ ପାଇଁ ୨୦ ଲକ୍ଷ ଟଙ୍କା ବୀମା,ଆହାତଙ୍କ ପାଇଁ ୧୦ ଲକ୍ଷ ଟଙ୍କା ବୀମା, ଡ୍ରାଇଭର ମାନଙ୍କ ନିର୍ଦ୍ଧାରିତ ମୁଲ୍ୟାଙ୍କନ ଏବଂ ସମୟସିମା ଧାର୍ଯ୍ୟ କରାଯାଉ, ଡ୍ରାଇଭର ମାନଙ୍କି ଦ୍ୱୀତୀୟ ସୈନିକର ମାନ୍ୟତା ଦିଆଯାଉ । ଡ୍ରାଇଭର ମାନଙ୍କୁ ଗୃହ ଯୋଜନାରେ ଗୃହନିର୍ମାଣ ପାଇଁ ସହାୟତା ।

Umasankar Adv
Leave A Reply

Your email address will not be published.