ଏହି ୩ ଖେଳାଳିଙ୍କୁ ମିଳିପାରେ ଅହମଦାବାଦ୍‌ ଟିମ୍‌ର ଅଧିନାୟକ ଦାୟିତ୍ବ

ନୂଆଦିଲ୍ଲୀ, ଅକ୍ଟୋବର ୨୯ : ଆଇପିଏଲ୍‌ ୨୦୨୨ରେ ଟୁର୍ଣ୍ଣାମେଣ୍ଟର ରୋମାଞ୍ଚ ଆହୁରି ବଢ଼ିଯିବ। ଆସନ୍ତା ବର୍ଷ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ଅହମଦାବାଦ ଓ ଲଖନଉ ଯୋଡ଼ି ହୋଇଯିବେ। ଏହି ୨ଟି ଟିମ ସହିତ ମୋଟ ୧୦ଟି ଟିମ୍‌ ମଧ୍ୟରେ ପ୍ରତିଯୋଗିତା ହେବ। ଏବେ ଏହି ୨ଟି ନୂଆ ଟିମ୍‌ ପାଇଁ ଅଧିନାୟକ ଚୟନ କରିବାର ଅଛି।  ଆରପି-ଏସ୍‌ଜି ଗୃପ ୭୦୯୦ କୋଟି ଟଙ୍କାରେ ଲଖନଉ ଟିମ୍‌କୁ କିଣିଛି ଏବଂ ସିଭିସି କ୍ୟାପିଟାଲ ୫୧୬୬ କୋଟି ଟଙ୍କାରେ ଅହମଦାବାଦ ଟିମ୍‌ର ମାଲିକ ହୋଇପାରିଛି। ଅହମଦାବାଦ ଟିମ୍‌ ପାଇଁ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ ହୋମ ଗ୍ରାଉଣ୍ଡ ହେବ। ଏହି ଟିମ୍‌ ପାଇଁ ଡେଭିଡ ୱାର୍ଣ୍ଣର, ଆରୋନ୍‌ ଫିଞ୍ଚ ଓ କେଏଲ୍‌ ରାହୁଲଙ୍କ ମଧ୍ୟରୁ ଜଣକୁ ଅଧିନାୟକ ଦାୟିତ୍ବ ମିଳିପାରେ। 

gpkandhamal

ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଏହି ୩ ଜଣ ଖେଳାଳିଙ୍କ ନାଁ ବେଶ ଜଣାଶୁଣା। ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ରୁ ଡେଭିଡ ୱାର୍ଣ୍ଣର ନିକଟରେ ଅଧିନାୟକ ପଦ ଛାଡ଼ିଛନ୍ତି। ଆରୋନ ଫିଞ୍ଚ ହେଉଛନ୍ତି ଅଷ୍ଟ୍ରେଲିଆ ଟିମ୍‌ର ଟି-୨୦ ଅଧିନାୟକ। ତେଣୁ ଟି-୨୦ ଖେଳିବାରେ ତାଙ୍କର ଅଭିଜ୍ଞତା ରହିଛି। ସେହିପରି କେଏଲ୍‌ ରାହୁଲ ହେଉଛନ୍ତି ଆଇପିଏଲ୍‌ର ଅନ୍ୟତମ ଅଭିଜ୍ଞ ସଂପନ୍ନ ଖେଳାଳି।  

Umasankar Adv
Leave A Reply

Your email address will not be published.