ଆଜି ଜେଲରୁ ମୁକୁଳି ପାରନ୍ତି ଆରୟନ୍ ଖାନ୍‌

ଭୁବନେଶ୍ୱର ,ଅକ୍ଟୋବର 29 : କ୍ରୁଜ୍ ଡ୍ରଗ୍ସ ମାମଲାରେ ଗିରଫ ହୋଇ ୩ ସପ୍ତାହରୁ ଅଧିକ ଦିନ ଧରି ଜେଲ୍‌ରେ ଥିବା ବଲିଉଡ୍ ସୁପରଷ୍ଟାର୍ ଶାହରୁଖ ଖାନ୍‌ଙ୍କ ପୁଅ ଆରୟନ୍ ଖାନ୍ ଆଜି ଜେଲରୁ ମୁକୁଳି ପାରନ୍ତି । ତେବେ ଏହା ସ୍ଥିର ହୋଇନାହିଁ ଆଜି ନହେଲେ କାଲି ସେ ଜେଲ୍‌ରୁ ମୁକୁଳିବେ ବୋଲି ସୁଚନା ମିଳିଛି । ଆନୁଷ୍ଠାନିକ ଭାବେ କୋର୍ଟ କପି ପ୍ରଦାନ ପରେ ହିଁ ସେମାନେ ଜେଲରୁ ବାହାରିବେ । ଅର୍ବାଜ୍ ମର୍ଚ୍ଚାଣ୍ଟ ଏବଂ ମଡେଲ ମୁନ୍‌ମୁନ୍ ଧମେଚାଙ୍କୁ ମଧ୍ୟ ଜାମିନ ମିଳିଛି। କ୍ରୁଜ୍‌ରେ ଚାଲିଥିବା ‌ରେଭ୍ ପାର୍ଟିରେ ଚଢ଼ଉ କରି ଡ୍ରଗ୍ସ ଜବତ କରିବା‌ ପରେ ଆରୟନ୍ ଙ୍କୁ ଏନ୍‌ସିବି ଗତ ୩ ତାରିଖରୁ ନିଜ ହେପାଜତକୁ ନେଇଥିଲା ଏନସିବି । ଶେଷରେ ଆରୟନଙ୍କ ସର୍ତ ମୂଳକ ଜାମିନ୍ ଦେଇଛନ୍ତି ବମ୍ବେ ହାଇକୋର୍ଟ । ସର୍ତ ଅନୁସାରେ ଆରୟନଙ୍କୁ କୋର୍ଟଙ୍କ ନିକଟରେ ପାସପୋର୍ଟ ଦା ଖଲ କରିବାକୁ ହେବ । କୋର୍ଟଙ୍କ ବିନା ଅନୁମତିରେ ଓ ଏନସିବିକୁ ନଜଣାଇ ଦେଶ ବାହାରକୁ ଯିବେ ନାହିଁ । କୌଣସି ବି ପରିସ୍ଥିତିରେ ଅନ୍ୟ ଅଭିଯୁକ୍ତଙ୍କ ସହ ଯୋଗାଯୋଗ ରଖିବେ ନାହିଁ । ଏହି ପ୍ରସଙ୍ଗରେ ବାହାରେ କିଛି ବି ବୟାନ ଦେବେ ନାହିଁ ।

Leave A Reply

Your email address will not be published.