ଇଉରୋପ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୁଆଦିଲ୍ଲୀ, ଅକ୍ଟୋବର ୨୯ : ଜି -୨୦ ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ଇଟାଲୀ ଏବଂ ଯୁକ୍ତରାଜ୍ୟ ଅଭିମୁଖେ ଯାତ୍ରା କରିଛନ୍ତି। ରୋମରେ ପହଞ୍ଚି ସେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ଏବଂ ପରେ ମହାମାରୀରୁ ବିଶ୍ୱ ଅର୍ଥନୈତିକ ଏବଂ ସ୍ୱାସ୍ଥ୍ୟ ପୁନରୁଦ୍ଧାର ଉପରେ ଆଲୋଚନା କରିବେ। ଗୁରୁବାର ଦିନ ଏକ ଟୁଇଟ୍‌ରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦୁଇ ଦିନିଆ ଗସ୍ତ ସମୟରେ ସେ ଭାଟିକାନରେ ପୋପ୍ ଫ୍ରାନ୍ସିସ୍‌ଙ୍କୁ ମଧ୍ୟ ଭେଟିବେ।

ଏକ ବିବୃତ୍ତିରେ ସେ କହିଛନ୍ତି ଯେ ଇଟାଲୀ ପ୍ରଧାନମନ୍ତ୍ରୀ ମାରିଓ ଡ୍ରାଗିଙ୍କ ନିମନ୍ତ୍ରଣ କ୍ରମେ ସେ ଅକ୍ଟୋବର ୨୯-୩୧ ରୁ ଭାଟିକାନ ସହର ପରିଦର୍ଶନ କରିବେ। ମୋଦୀ ଏକ ଟୁଇଟ୍‌ରେ କହିଛନ୍ତି ଯେ, ରୋମରେ ମୁଁ ୧୬ ତମ ଜି -୨୦ ନେତାଙ୍କ ସମ୍ମିଳନୀରେ ଯୋଗଦେବି, ଯେଉଁଠାରେ ମୁଁ ମହାମାରୀ, ସ୍ଥାୟୀ ବିକାଶ ଏବଂ ଜଳବାୟୁ ପରିବର୍ତ୍ତନରୁ ବିଶ୍ୱ ଅର୍ଥନୈତିକ ଏବଂ ସ୍ୱାସ୍ଥ୍ୟ ପୁନରୁଦ୍ଧାର ଉପରେ ଆଲୋଚନାରେ ଯୋଗଦେବି।

Umasankar Adv
Leave A Reply

Your email address will not be published.