ସୁପରଷ୍ଟାର ପୁନିତ ରାଜକୁମାରଙ୍କ ଦେହାନ୍ତ ଖବର ଶୁଣି ୩ ପ୍ରଶଂସକଙ୍କ ମୃତ୍ୟୁ

ମୁୁମ୍ବାଇ, ଅକ୍ଟୋବର ୩୦ : କନ୍ନଡ ଅଭିନେତା ପୁନିତ ରାଜକୁମାରଙ୍କ ଶୁକ୍ରବାର ଦେହାନ୍ତ ହୋଇଯାଇଛି । ହୃଦଘାତ ପରେ ତାଙ୍କୁ ବେଙ୍ଗାଲୁରୁ ବିକ୍ରମ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା । ୪୬ ବର୍ଷ ବୟସରେ ଅଭିନେତାଙ୍କ ଦେହାନ୍ତ ହୋଇଛି । କନ୍ନଡ ଅଭିନେତା ପୁନୀତ ରାଜକୁମାରଙ୍କ ରବିବାର ହେବ ଶେଷକୃତ୍ୟ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କ ଶେଷକୃତ୍ୟ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।  ଏହାରି ଭିତରେ ପ୍ରିୟ ଅଭିନେତାଙ୍କୁ ହରାଇ କର୍ଣ୍ଣାଟକରେ ଜଣେ ପ୍ରଶଂସକ ଆତ୍ମହତ୍ୟା କରିଥିବା ବେଳେ ଅନ୍ୟ ଦୁଇ ଜଣ ବ୍ୟକ୍ତି ହୃତଘାତରେ ପ୍ରାଣ ହରାଇଥିବା କୁହାଯାଇଛି । ଗତକାଲି ମାତ୍ର ୪୬ ବର୍ଷ ବୟସରଙ୍କ ହୃତଘାତରେ ପ୍ରାଣ ହରାଇଥିଲେ ଲୋକପ୍ରିୟ ଅଭିନେତା ପୁନୀତ । 

gpkandhamal

ସେହିପରି ପୁନୀତଙ୍କ ଶେଷ ଉଚ୍ଛା ଅନୁସାରେ ତାଙ୍କର ଚକ୍ଷୁକୁ ପରିବାର ସଦସ୍ୟ ଦାନ କରିଛନ୍ତି । ତାଙ୍କ ପିତା ତଥା ସୁପରଷ୍ଟାର ଡକ୍ଟର ରାଜକୁମାର ମଧ୍ୟ ଚକ୍ଷୁଦାନ କରିବା ଇଚ୍ଛା ପୋଷଣ କରିଥିବାରୁ ତାଙ୍କ ମୃତ୍ୟୁ ପରେ ଏହି ଇଚ୍ଛା ପୂରଣ କରାଯାଇଥିଲା । 

Umasankar Adv
Leave A Reply

Your email address will not be published.