ଟି-୨୦: ବୋଲିଂରେ ଶତକ ହାସଲ କଲେ ରଶିଦ ଖାନ୍‌

ନୂଆଦିଲ୍ଲୀ, ଅକ୍ଟୋବର ୩୦ : ଆଫଗାନିସ୍ତାନ ଲେଗ୍‌ ସ୍ପିନର ରଶିଦ୍‌ ଖଶନ ଶୁକ୍ରବାର ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ବଡ଼ ଅଭିଜ୍ଞତା ହାସଲ କରିଛନ୍ତି। ସେ ୨୦୨୧ ସୁପର-୧୨ ଗୃପ-୨ ମ୍ୟାଚରେ ପାକିସ୍ତାନର ଅଭିଜ୍ଞସଂପନ୍ନ ଅଲରାଉଣ୍ଡର ମହମ୍ମଦ ହଫିଜ୍‌ଙ୍କୁ ଆଉଟ କରି କ୍ରିକେଟର ସବୁଠାରୁ ଛୋଟ ଫର୍ମାଟରେ ୧୦୦ତମ ୱିକେଟ ହାସଲ କରିଛନ୍ତି। ଏଥି ସହିତ ରଶିଦ ଖାନ୍‌ ଟି-୨୦ ଇଣ୍ଟରନ୍ୟାସନାଲ କ୍ରିକେଟରେ ସବୁଠାରୁ ଦ୍ରୁତଗତିରେ ୧୦୦ ୱିକେଟ ନେଇଥିବା ବୋଲର ତାଲିକାରେ ସାମିଲ ହୋଇଯାଇଛନ୍ତି। ୨୩ ବର୍ଷୀୟ ରଶିଦ ପାକିସ୍ତାନର ଇନିଂସରେ ୧୫ତମ ଓଭରର ପ୍ରଥମ ବଲରେ ହଫିଜଙ୍କୁ ଗୁଲବଦିନଙ୍କ ହାତରେ କ୍ୟାଚ କରାଇଥିଲେ। ରଶିଦ ୫୩ଟି ଟି-୨୦ ମ୍ୟାଚରେ ୱିକେଟ ମ୍ୟାଚରେ ୱିକେଟ ଶତକ ପୂରା କରିଛନ୍ତି। ସେ ୪୪ଟି ମ୍ୟାଚରେ ଦିନିକିଆରେ ୧୦୦ ୱିକେଟ ହାସଲ କରିଥିଲେ।  ଏହା ପୂର୍ବରୁ ଏହି ରେକର୍ଡ ଶ୍ରୀଲଙ୍କାର ଦ୍ରୁତବୋଲର ଲସିଥ ମାଲିଙ୍ଗାଙ୍କ ନାଁରେ ଥିଲା। ମାଲିଙ୍ଗା ଟି୨୦ରେ ୧୦୦ ୱିକେଟ ନେବାକୁ ୭୬ଟି ମ୍ୟାଚ ଖେଳିଥିଲେ। ସେହିପରି ନ୍ୟୁଜିଲାଣ୍ଡର ଟିମ୍‌ ସାଉଦୀ ୮୨ଟି ମ୍ୟାଚରେ ୧୦୦ ୱିକେଟ ପୂରା କରିଥିଲେ। ବାଂଲାଦେଶର ବୋଲର ଶାକିବ ଅଲ୍‌ ହାସନ ଏହି ଉପଲବ୍ଧି ହାସଲ କରିବା ପାଇଁ ୮୩ଟି ମ୍ୟାଚ ଖେଳିଥିଲେ। 

gpkandhamal

ସୂଚନାଯୋଗ୍ୟ ଶୁକ୍ରବାର ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଆଫଗାନିସ୍ତାନ ଓ ପାକିସ୍ତାନ ମଧ୍ୟରେ ଟି-୨୦ ବିଶ୍ବକପରେ ଗୃପ ପର୍ଯ୍ୟାୟର ଏକ ମ୍ୟାଚ ଖେଳାଯାଇଥିଲା। ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ୨୦ ଓଭରରେ ୬ଟି ୱିକେଟ ହରାଇ ୧୪୭ ରନ୍‌ କରିଥିଲା। ଜବାବରେ ପାକିସ୍ତାନ ୧୯ ଓଭରରେ ୫ଟି ୱିକେଟ ହରାଇ ୧୪୮ ରନ୍‌ କରିବା ସହିତ ମ୍ୟାଚ ଜିତିଥିଲା। ରଶିଦ ଖାନ ୪ ଓଭର ବୋଲିଂ କରିଥିଲେ। ସେ ମୋଟ ୨୬ ରନ୍‌ ଖର୍ଚ୍ଚ କରି ୨ଟି ୱିକେଟ ନେଇଥିଲେ। ରଶିଦ ପାକିସ୍ତାନୀ ଅଧିନାୟକ ବାବର ଆଜମ (୫୧)ଙ୍କୁ ବୋଲ୍ଡ କରିଥିଲେ। 

Umasankar Adv
Leave A Reply

Your email address will not be published.