ପଥର ଭାବି ଅଳିଆ ଗଦାକୁ ଫିଙ୍ଗିଦେଇଥିଲେ ୩୪ କ୍ୟାରେଟ୍‌ର ହୀରା

ଲଣ୍ଡନ, ନଭେମ୍ବର ୦୧ : କେବେ କେବେ କୋଏଲା ଖଣିରେ ହୀରା ମିଳିବା କଥା ସତ ପ୍ରମାଣିତ ହୋଇଯାଇଥାଏ। ଜଣେ ମହିଳାଙ୍କ କ୍ଷେତ୍ରରେ ଏଭଳି ହୋଇଛି, ଯିଏକି ୩୪ କ୍ୟାରେଟର ଦୁର୍ଲଭ ହୀରାକୁ‌ ପୋଷାକରୁ ଛିଣ୍ଡ ପଡ଼ିଥିବା ପଥର ଭାବି ଫିଙ୍ଗି ଦେଇଥିଲେ। ପରେ ଏହି ହୀରାର ମୂଲ୍ୟ ୨ ମିଲିୟନ ଡଲାରରୁ ଅଧିକ ହୋଇଛି। ବିବିସିର ରିପୋର୍ଟ ଅନୁସାରେ ହୀରାର ଆକାର କୌଣସି ମୁଦ୍ରା ଅପେକ୍ଷା ବଡ଼ ଥିଲା, ଯାହାକି ୭୦ ଦଶକରେ ଉତ୍ତର ବ୍ରିଟେନ ନିବାସୀ ଜଣେ ମହିଳାଙ୍କର ଥିଲା।  ନିଜର ପରିଚୟ‌ ଗୋପନ ରଖି ହୀରାର ମାଲିକ କହିଛନ୍ତି ଯେ, ତାଙ୍କର ମନେ ପଡୁନାହିଁ ଯେ, ସେ ଏହି ହୀରାକୁ କେଉଁଠାରୁ କିଣିଥିଲେ। କିନ୍ତୁ ତାଙ୍କ କହିବା ଅନୁସାରେ ତାଙ୍କୁ ଏହା କୌଣସି ବଜାରରୁ ମିଳିଥିଲା। ନିଜର ନର୍ଥମ୍ବରଲାଣ୍ଡସ୍ଥିତ ଘର ସଫେଇ ସମୟରେ ମହିଳା ହୀରାକୁ ଅଳିଆ ଗଦାରେ ଫିଙ୍ଗି ଦେଇଥିଲେ। ଏହା ପରେ ପଡୋଶୀ ଏହାର ଦର ଜାଣିବା ପାଇଁ ପରାମର୍ଶ ଦେଇଥିଲେ। ହୀରାକୁ କିଣିଥିବା ମାର୍କ ଲେନ କହିଛନ୍ତି ଯେ, ମହିଳା ଜଣକ ଏହାକୁ ବ୍ୟାଗରେ ନେଇ ଆସିଥିଲେ। କାରଣ ସେ ଅନ୍ୟ ଘରେ ମଧ୍ୟ କାମ କରୁଥିଲେ। 

gpkandhamal

ସେ କହିଛନ୍ତି ଯେ, ଏହି ହୀରା ମହିଳାଙ୍କ ଅନ୍ୟ ଗହଣା ସହିତ ଏକ ବାକ୍ସରେ ଥିଲା, ଯାହାର ମୂଲ୍ୟ ସାଧାରଣ ଥିଲା। ଲେନ ଭାବିଥିଲେ ଯେ, ଏହି ପଥରକୁ ବିକ୍ରି କରାଯାଇପାରିବ। ଏହାର ମୂଲ୍ୟ ୨୭୦୦ ଡଲାର ହେବ। ଏହି ହୀରାକୁ ଯାଂଚ କରିବା ପୂର୍ବରୁ ଏହାକୁ ଟେବୁଲ ଉପରେ ବହୁତ ଅବହେଳିତ ଅବସ୍ଥାରେ ରଖାଯାଇଥିଲା। ଏହାକୁ ପରେ ବିଶେଷଜ୍ଞଙ୍କ ନିକଟକୁ ପଠାଯାଇଥିଲା। ଚଳିତ ମାସ ୩୦ ତାରିଖରେ ଏହି ହୀରାକୁ ନଲାମ କରାଯାଇପାରେ।

Umasankar Adv
Leave A Reply

Your email address will not be published.