କରୋନା କଟକଣାକୁ ଦୃଷ୍ଟିରେ ରଖି ଦକ୍ଷିଣକାଳୀ ପୀଠରେ ଜାରି ହେବ ୧୪୪ ଧାରା

ପୁରୀ, ନଭେମ୍ବର ୧ : କାଳୀ ପୂଜା ପାଇଁ ଦକ୍ଷିଣକାଳୀ ପୀଠରେ ଜାରି ହେବ ୧୪୪ ଧାରା । ଆସନ୍ତା ୪ ଓ ୫ ତାରିଖରେ କାଳୀ ପୂଜା ଅବସରରେ ବୀରଗୋବିନ୍ଦପୁର ସ୍ଥିତ ଦକ୍ଷିଣକାଳୀଙ୍କ ପୀଠରେ ୧୪୪ ଧାରା ଜାରି କରାଯିବ । ତେବେ କରୋନା କଟକଣାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ।  ସେହିପରି ରାଜ୍ୟରେ କରୋନା କଟକଣାକୁ ଦୃଷ୍ଟିରେ ରଖି ଉପଜିଲ୍ଲାପାଳ ଭବତାରଣ ସାହୁଙ୍କ ଅଧ୍ୟକ୍ଷତାରେ ଦକ୍ଷିଣକାଳୀ ମନ୍ଦିର ପରିସରରେ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି । ମାତ୍ର ବର୍ତ ବର୍ଷ ଭଳି ବିଧି ମୁତାବକ ନୀତିକାନ୍ତି ପାଳନ ହେବ । 

gpkandhamal

ଏହାସହିତ କଟକଣା ଅବଧି ସମୟରେ କେବଳ ସ୍ୱୀକୃତିପ୍ରାପ୍ତ ବ୍ୟକ୍ତି ବିଶେଷମାନଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆଯିବ । ଏହାକୁ ପାଳନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । 

Umasankar Adv
Leave A Reply

Your email address will not be published.