ଜଜଙ୍କ ବିରୋଧରେ ଗୁରୁତର ଅଭିଯୋଗ

ଜୟପୁର, ନଭେମ୍ବର ୦୧ : ରାଜସ୍ଥାନରେ ଜଣେ ଜଜ ବିରୋଧରେ ଗୁରୁତର ମାମଲା ରୁଜୁ କରାଯାଇଛି। ନ୍ୟାୟାଧୀଶ ଜିତେନ୍ଦ୍ର କୋଲିଆଙ୍କ ବିରୋଧରେ ଏହି ମାମଲା ରୁଜୁ ହୋଇଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାଯାଇଛି। ଅଭିଯୋଗ ଅନୁସାରେ ଜଜ ୧୪ ବର୍ଷୀୟ ବାଳକର କଥିତ ଭାବେ ଯୌନ ଶୋଷଣ କରିଥିଲେ। ପୀଡିତ ପରିବାରଙ୍କ ଅଭିଯୋଗ ଅନୁସାରେ ଜଜଙ୍କ ସମେତ ମୋଟ ୩ ଜଣଙ୍କ ବିରୋଧରେ ପୋକ୍ସୋ ଆଇନ ଅଧୀନରେ ପୋଲିସ ମାମଲା ରୁଜୁ କରିଛି। 

gpkandhamal

ମାମଲା ପଦାରେ ପଡ଼ିବା ପରେ ରବିବାର ବିଳମ୍ବିତ ରାତି ଯୋଧପୁର ହାଇକୋର୍ଟ ଜଜ ଜିତେନ୍ଦ୍ର ଗୋଲିଆଙ୍କୁ ଜରୁରୀକାଳୀନ ଭିତ୍ତିରେ ନିଲମ୍ବିତ କରିଛନ୍ତି। ଜିତେନ୍ଦ୍ର ଦୁର୍ନୀତି ନିର୍ବାରଣର ସ୍ବତନ୍ତ୍ର ଅଦାଲତରେ ସ୍ବତନ୍ତ୍ର ଜଜ ଭାବେ ମୁତୟନ ହୋଇଥିଲେ। ବାଳକର ମା’ ନିଜର ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଏସିବି ଓ ଏବଂ ଅନ୍ୟ ୨ ଜଣ ନିଶାକ୍ତ ଦ୍ରବ୍ୟ ଦେଇ ବିଗତ ଏକ ମାସ ହେବ ଅନୈତିକ କାମ କରିଆସୁଥିଲେ। 

Umasankar Adv
Leave A Reply

Your email address will not be published.