ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ ଗିରଫ

ମୁମ୍ବାଇ, ନଭେମ୍ବର ୦୨ : ଅସୁଲି ମାମଲାରେ ଇଡି ବଡ଼ କାର୍ଯ୍ୟାନୁଷ୍ଠାନ ନେଇ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ଗିରଫ କରିଛି। ଲାଞ୍ଚ କାରବାର ମାମଲାରେ ଦୀର୍ଘ ୧୨ ଘଣ୍ଟା ପଚରାଉଚରା କରିବା ପରେ ଇଡି ଜାଣିବାକୁ ପାଇଛି ଯେ, ଦେଶମୁଖ ତରଫରୁ କୌଣସି ପ୍ରକାରର ସନ୍ତୋଷଜନକ ଉତ୍ତର ମିଳି ନଥିଲା। ତେଣୁ ତାଙ୍କୁ ଗିରଫ କରାଯାଇଛି ଏବଂ ତାଙ୍କୁ କୋର୍ଟରେ ହାଜର କରିବାକୁ ପ୍ରସ୍ତୁତି ଚାଲିଛି। 

gpkandhamal

ଏମତିରେ ଯେଉଁ ମାମଲାରେ ଅନିଲ ଦେଶମୁଖଙ୍କୁ ଗିରଫ କରାଯାଇଛି, ଏହି ମକଦ୍ଦମାରେ ପୂର୍ବତନ ଗୃହମନ୍ତ୍ରୀଙ୍କ ପତ୍ନୀ ଓ ପୁଅଙ୍କୁ ମଧ୍ୟ ପଚରାଉଚରା ହେବ। ସେମାନଙ୍କୁ ମଧ୍ୟ ପଚରାଉଚରା ପାଇଁ ୨ ଥର ସମନ ପଠାଯାଇଛି। କିନ୍ତୁ ସେମାନେ ଏପର୍ଯ୍ୟନ୍ତ ଇଡି ନିକଟରେ ପହଂଚି ନାହାନ୍ତି।  ମକଦ୍ଦମା ବାବଦରେ ଏତିକି କୁହାଯାଇପାରିବ ଯେ, ଗତ ମାର୍ଚ୍ଚ ମାସରେ ପରମବୀର ସିଂହଙ୍କୁ ମୁମ୍ବାଇ ପୋଲିସର କମିଶନର ପଦରୁ ହଟାଇ ଦିଆଯାଇଥିଲା। ତାଙ୍କୁ ହୋମଗାର୍ଡ ଡିଜି କରାଯାଇଥିଲା। ଏହା ପରେ ପରମବୀର ସିଂହଙ୍କ ଏକ ଚିଠି ସାମ୍ନାକୁ ଆସିଥିଲା, ଯାହାକି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପାଇଁ ଥିଲା। ଏହି ଚିଠିରେ ସେ ଦାବି କରିଥିଲେ ଯେ, ଅନିଲ ଦେଶମୁଖ ଗୃହମନ୍ତ୍ରୀ ଥିବା ସମୟରେ ସଚିନ ୱାଜେଙ୍କ ଠାରୁ ୧୦୦ କୋଟି ଟଙ୍କା ଦାବି କରିଥିଲେ। ଏଥି ସହିତ ଦେଶମୁଖଙ୍କ ଉପରେ ଅଭିଯୋଗ ଥିଲା ଯେ, ସେ ପୋଲିସ ଅଧିକାରୀଙ୍କ ବଦଳି ଓ ପୋଷ୍ଟିଂ ପାଇଁ ଲାଞ୍ଚ ସ୍ବରୂପ ଟଙ୍କା ନେଉଥିଲେ। 

Umasankar Adv
Leave A Reply

Your email address will not be published.