ଗ୍ଲାସଗୋ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ

ସଗୋ, ନଭେମ୍ବର ୦୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଗ୍ଲାସଗୋରେ ପହଞ୍ଚିଛନ୍ତି। ସେ ଏଠାରେ COP26 ଜଳବାୟୁ ସମ୍ମିଳନୀରେ ଅଂଶଗ୍ରହଣ କରିବେ। ପ୍ରଧାନମନ୍ତ୍ରୀ ସ୍ଥାନୀୟ ହୋଟେଲରେ ପହଞ୍ଚିବା ପୂର୍ବରୁ ଭାରତୀୟ ସଂପ୍ରଦାୟର ଲୋକଙ୍କୁ ଭେଟିଛନ୍ତି। ଏଠାରେ ମଧ୍ୟ ଭାରତୀୟ ମାନେ ମୋଦୀଙ୍କୁ ଜୋରଦାର ସ୍ବାଗତ ଜଣାଇଛନ୍ତି। ଏଥି ସହିତ ସେମାନେ କହିଛନ୍ତି, ମୋଦୀ ହେଉଛନ୍ତି ଭାରତର ଗହଣା। 

gpkandhamal

ହୋଟେଲରେ ପହଞ୍ଚିବା ପରେ ଭାରତୀୟ ସଂପ୍ରଦାୟର ଲୋକମାନେ ଏକ ଗୀତ ’ମୋଦୀ ହେ ଭାରତ କା ଗହଣା’ ଗାଇଥିଲେ। ସୂଚନାଯୋଗ୍ୟ ପ୍ରଧାନମନ୍ତ୍ରୀ ମୋଦୀ ଇଟାଲୀରେ G20 ସମ୍ମିଳନୀରେ ଅଂଶଗ୍ରହଣ କରିଛନ୍ତି। ଏହା ପେର ସେ ସ୍କଟଲାଣ୍ଡରେ ସୋମବାର ସକାଳୁ କିଛି ନେତାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ସେ ୱାର୍ଲ୍ଡ ଲିଡର ସମ୍ମିଳନୀରେ ଭାଗନେବେ। ପ୍ରଧାନମନ୍ତ୍ରୀ ମୋଦୀ ନିଜର ବ୍ରିଟ୍ରିଶ ସମକକ୍ଷ ବୋରିସ ଜନସନଙ୍କ ସହିତ ଦ୍ବିପାକ୍ଷୀକ ଆଲୋଚନା ହୋଇପାରେ। 

Umasankar Adv
Leave A Reply

Your email address will not be published.