ଭାରତ ଗସ୍ତ ପାଇଁ ନ୍ୟୁଜିଲାଣ୍ଡର ଟେଷ୍ଟ ଟିମ୍‌ ଘୋଷିତ

ୱେଲିଂଟନ୍‌, ନଭେମ୍ବର ୦୫ : ନ୍ୟୁଜିଲାଣ୍ଡର ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟ ଭାରତ ବିପକ୍ଷ ୨ଟି ଟେଷ୍ଟ ଶୃଙ୍ଖଳାରେ ଖେଳିବେ ନାହିଁ। ସ୍ବାସ୍ଥ୍ୟଜନିତ ସମସ୍ୟା ଯୋଗୁଁ ଟ୍ରେଣ୍ଟ ବୋଲ୍ଟ ଭାରତ ଗସ୍ତରେ ନିଜ ଦଳ ସହିତ ରହିବେ ନାହିଁ।  ନ୍ୟୁଜିଲାଣ୍ଡ ଆଗାମୀ ୨୫ ତାରିଖ ଠାରୁ କାନପୁରରେ ହେବାକୁ ଥିବା ଟେଷ୍ଟ ଲାଗି ନିଜର ୧୫ ଜଣିଆ ଦଳ ଘୋଷଣା କରିଛି। ବୋଲ୍ଟ ଏବଂ ଦ୍ରୁତ ବୋଲର ତଥା ଅଲରାଉଣ୍ଡର କୋଲିନ ଡି ଗ୍ରାଣ୍ଡହୋମ୍‌ ଏହି ଗସ୍ତରୁ ନିବୃତ୍ତ ରହିବାକୁ ଘୋଷଣା କରିଛନ୍ତି। କାରଣ ଏହି ୨ ଖେଳାଳି ବାୟୋ-ବବଲରେ ଅଛନ୍ତି। ଏହି ଟିମ୍‌ରେ ନ୍ୟୁଜିଲାଣ୍ଡ ୫ ଜଣ ସ୍ପିନରଙ୍କୁ ସାମିଲ କରିଛି। ଏମାନେ ହେଲେ ଏଜାଜ ପଟେଲ, ୱିଲ ସୋମରଭିଲେ ଓ ମିଚେଲ ସଣ୍ଟନର, ରଚିନ ରବୀନ୍ଦ୍ର ଓ ଗ୍ନେନ ଫିଲିପ୍ସ। 

gpkandhamal

ସୂଚନାଯୋଗ୍ୟ ସିରିଜର ପ୍ରଥମ ଟେଷ୍ଟ କାନପୁରରେ ନଭେମ୍ବର ୨୫ରୁ ୨୯ ଯାଏଁ ଖେଳାଯିବ। ସେହିପରି ୨ୟ ତଥା ଶେଷ ଟେଷ୍ଟ ମୁମ୍ବାଇରେ ଡିସେମ୍ବର ୩ରୁ ଆରମ୍ଭ ହେବ।  ନ୍ୟୁଜିଲାଣ୍ଡ ଟିମ୍‌: କେନ୍‌ ୱିଲିୟମ୍‌ସନ୍‌ (ଅଧିନାୟକ), ଟମ୍‌ ବ୍ଲଣ୍ଡନ (ୱିକେଟକିପର), ଡେୱେନ କନୱେ, କାଇଲ ଜେମିସନ୍‌, ଟମ ଲାଥାମ, ହେ‌ନରୀ ନିକୋଲ୍ସ, ଏଜାଜ ପଟେଲ, ଗ୍ନେନ ଫିଲିପ୍ସ, ରଚିନ ରବୀନ୍ଦ୍ର, ମିଚେଲ ସଣ୍ଟନର, ୱିଲ ସୋମରୱିଲେ, ଟିମ୍‌ ସାଉଦୀ, ରସ ଟେଲର, ୱଲ ୟଙ୍ଗ, ନୀଲ ୱାଗନର

Umasankar Adv
Leave A Reply

Your email address will not be published.