ଦମ୍‌ଦାର ବିଜୟ ସହିତ ପଏଣ୍ଟ ଟେବୁଲରେ ଉପରକୁ ଉଠିଲା ଭାରତ

ନୂଆଦିଲ୍ଲୀ, ନଭେମ୍ବର ୦୬ : ଟି-୨୦ ବିଶ୍ବକପ୍‌ରେ ଭାରତ ଭଲ ଫର୍ମକୁ ଫେରିଛି। ଆଫଗାନିସ୍ତାନକୁ ୬୬ ରନ୍‌ରେ ପରାସ୍ତ କରିବା ପରେ ଏବେ ସ୍କଟଲାଣ୍ଡ ବିପକ୍ଷରେ ୮ ୱିକେଟ୍‌ରେ ବିଜୟୀ ହୋଇଛି। ଏହି ୨ଟି ବଡ଼ ବିଜୟ ପରେ ଭାରତର ନେଟ-ରନ୍‌ରେଟ ଭଲ ସ୍ଥିତିକୁ ଆସିଛି। ତେଣୁ ସେମି ଫାଇନାଲ ମ୍ୟାଚ ଖେଳିବା ଆଶା ବଢ଼ିଛି। କିନ୍ତୁ ଏହି ରାସ୍ତା ଏତେ ସହଜ ନୁହେଁ।  ଟିମ୍‌ ଇଣ୍ଡିଆ ସ୍କଟଲାଣ୍ଡକୁ ୮୫ ରନ୍‌ରେ ଅଲଆଉଟ କରିଦେଇଥିଲା। ଭାରତକୁ ନ୍ୟୁଜିଲାଣ୍ଡର ନେଟ-ରନରେଟ ଅତିକ୍ରମ କରିବା ଲାଗି ଟାର୍ଗେଟ ୫୩ ବଲରେ, ଆଫଗାନିସ୍ତାନର ନେଟ-ରନରେଟ ଅତିକ୍ରମ କରିବା ଲାଗି ୪୩ ବଲରେ ଲକ୍ଷ୍ୟ ଅତିକ୍ରମ କରିବାର ଥିଲା। ଟିମ ଇଣ୍ଡିଆ ନିଜର ଲକ୍ଷ୍ୟ ହାସଲ କରିଛି ଓ କେବଳ ୭ ଓଭର ଭିତରେ ଏହି କାମ କରିପାରିଛି।  ଭାରତ ଶୁକ୍ରବାର ଖେଳାଯାଇଥିବା ମ୍ୟାଚରେ ସ୍କଟଲାଣ୍ଡ ବିପକ୍ଷ ମ୍ୟାଚରେ ବିଜୟୀ ହୋଇ ଗୃପ-୨ର ପଏଣ୍ଟ ଟେବୁଲରେ ୩ୟ ସ୍ଥାନରେ ପହଂଚିଛି। ଅର୍ଥାତ ସେମିଫାଇନାଲରେ ପହଂଚିବା ଲାଗି ନେଟ-ରନରେଟ ଉପରେ କଥା ଉଠୁଛି। ଏବେ ଟିମ ଇଣ୍ଡିଆକୁ ଲାଭ ପହଞ୍ଚିପାରେ। 

gpkandhamal

ଆଫଗାନିସ୍ତାନ ଓ ସ୍କଟଲାଣ୍ଡ ବିପକ୍ଷରେ ମ୍ୟାଚ ଜିତିବା ଦ୍ବାରା ଭାରତର ପଏଣ୍ଟ ୪ ହୋଇଛି। ଦଳର ନେଟ-ରନରେଟ +୧.୬୧୯ ହୋଇଛି। ଭାରତର ନେଟ-ରନରେଟ ଏବେ ଗୃପ-୨ରେ ସବୁଠାରୁ ଭଲ। ମାତ୍ର ୩ୟ ସ୍ଥାନରେ ରହିଛି। ଏଥି ସହିତ ପଏଣ୍ଟ ମାମଲାରେ ନ୍ୟୁଜିଲାଣ୍ଡ ଠାରୁ ୨ ପଏଣ୍ଟ ପଛରେ ରହିଛି। ଏବେ ଭାରତ ସେମିଫାଇନାଲ ଖେଳିବାକୁ ହେଲେ ନାମିବ୍ୟାକୁ ମଧ୍ୟ ବଡ଼ ବ୍ୟବଧାନରେ ପରାସ୍ତ କରିବାକୁ ପଡ଼ିବ। କିନ୍ତୁ ଏଥି ସହିତ ନ୍ୟୁଜିଲାଣ୍ଡ ମଧ୍ୟ ହାରିବା ପରେ ଯାଇ ଭାରତର ଅଭିଯାନ ଆଗକୁ ବଢ଼ିପାରିବ। ଯଦି ଆଫଗାନିସ୍ତାନ ଯେକୌଣସି ପ୍ରକାରରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଦିଏ, ଟିମ ଇଣ୍ଡିଆକୁ ନେଟ-ରନରେଟ ଜରିଆରେ ଏକ ବଡ଼ ଲାଭ ହୋଇପାରେ। 

Umasankar Adv
Leave A Reply

Your email address will not be published.