ସମୀର ୱାଙ୍ଖେଡେଙ୍କ ଠାରୁ ଫେରାଇ ନିଆଗଲା ଆରୟନ ଖାନ୍‌ ମାମଲା

ମୁମ୍ବାଇ, ନଭେମ୍ବର ୦୬ : ମୁମ୍ବାଇ ଡ୍ରଗ୍ସ ମାମଲାରେ ବଡ଼ ଅପଡେଟ୍‌ ଆସିଛି। ଏବେ ମୁମ୍ବାଇ ଏନ୍‌ସିବି ଏହି ମାମଲାର ତଦନ୍ତ କରିବ ନାହିଁ। ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆରୟନ ଖାନ ଫସିଥିବା ମାମଲା ହେଉଛି ଏହି ମକଦ୍ଦମା। ଏହା ବ୍ୟତୀତ ନବାବ ମଲିକଙ୍କ ଜ୍ବାଇଁଙ୍କ ବିରୋଧରେ ମଧ୍ୟ ମାମଲା ଜାରି ରହିଛି। ଏହାର ତଦନ୍ତ ମଧ୍ୟ ଏନସିବି ଦ୍ବାରା କରାଯିବ ନାହିଁ। ମୁମ୍ବାଇ ଜୋନରୁ ଆରୟନ ସମେତ ୬ଟି ମକଦ୍ଦମାକୁ ଫେରାଇ ନିଆଯାଇଛି। 

gpkandhamal

ସୂଚନାଯୋଗ୍ୟ, ଏନସିବିର ମୁମ୍ବାଇ ଜୋନର ନିର୍ଦ୍ଦେଶକ ହେଉଛନ୍ତି ସମୀର ୱାଙ୍ଖେଡେ। ଆରୟନ ଖାନ ଓ ନବାବ ମଲିକଙ୍କ ଜ୍ବାଇ ମାମଲା ଫେରାଇ ନିଆଯାଇଛି। କିନ୍ତୁ ମୁମ୍ବାଇ ଜୋନର ନିର୍ଦ୍ଦେଶକ ସମୀର ରହିବେ। କୁହାଯାଉଛି ଯେ, ଏବେ ଆରୟନ ଖାନ ଓ ସମୀର ମାମଲାରେ ଏନସିବିର କେନ୍ଦ୍ରୀୟ ଟିମ ତଦନ୍ତ କରିପାରନ୍ତି। ଏହା ମଧ୍ୟ କୁହାଯାଉଛି ଯେ, ଏହି ମାମଲାରେ ସମୀର ୱାଙ୍ଖେଡେ ତଦନ୍ତ କରିବେ ନାହିଁ। 

Umasankar Adv
Leave A Reply

Your email address will not be published.