ପ୍ରଦୂଷଣରେ ଅଧିକ ସକ୍ରିୟ ରହିଥାଏ କରୋନା

ନୂଆଦିଲ୍ଲୀ, ନଭେମ୍ବର ୦୬ : ଦେଶରେ ବିଗତ ୨୪ ଘଣ୍ଟା ମଧ୍ୟରେ ୧୨ ହଜାର ୭୨୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।‌ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ହୋଇଥିବା ତଥ୍ୟ ଅନୁସାରେ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ୨୨୧ ଜଣଙ୍କର ମୃତ୍ୟୁ ହୋଇଛି। କିନ୍ତୁ ୧୨ ହଜାର ୧୬୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଏମ୍ସ ମୁଖ୍ୟ କହିଛନ୍ତି ଯେ, ପ୍ରଦୂଷଣ ଯୋଗୁଁ କୋଭିଡ ସଂକ୍ରମଣ ଅଧିକ ସକ୍ରିୟ ହୋଇଥାଏ। ଏଥିର ବର୍ତ୍ତିବା ପାଇଁ ଲୋକେ ମାସ୍କ ପିନ୍ଧିବା ଜାରି ରଖିବା ଉଚିତ। ମାସ୍କ ପିନ୍ଧିବା ଦ୍ବାରା ସଂକ୍ରମଣ ଅତି ସହଜରେ ଶରୀର ଭିତରକୁ ପ୍ରବେଶ କରିପାରି ନଥାଏ।

gpkandhamal

ଦିଲ୍ଲୀରେ କରୋନାର ୩୨ ମାମଲା ସ୍ପଷ୍ଟ ହୋଇଛି। କିନ୍ତୁ ସଂକ୍ରମଣ ଦର ୦.୧୪ ପ୍ରତିଶତ ରେକର୍ଡ ହୋଇଛି। ଦିଲ୍ଲୀରେ ଗତ ୧ରୁ ୨ ମାସ ମଧ୍ୟରେ ସଂକ୍ରମଣ ଦର ୦.୧୪ ପ୍ରତିଶତ ପାଖାପାଖି ରହିଛି। କିନ୍ତୁ ଶୁକ୍ରବାର ୦.୧୪ ପ୍ରତିଶତ ଯାଏଁ ପହଞ୍ଚିଛି। ଏହାରି ମଧ୍ୟରେ ୩୨ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଥିଲା ବେଳେ ୭ ଜଣ ସୁସ୍ଥ ହୋଇଛନ୍ତି। ଦିଲ୍ଲୀରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ଏବେ ୩୨୮ରେ ପହଞ୍ଚିଛି। ୧୩୮ ରୋଗୀ ହସ୍ପିଟାଲରେ ଥିବା ବେଳେ ୧୫୮ ଜଣ ରୋଗୀ ଆଇସୋଲେସନରେ ଅଛନ୍ତି। 

Umasankar Adv
Leave A Reply

Your email address will not be published.