୨୨ ରାଜ୍ୟରେ ହ୍ରାସ ପାଇଲା ଭାଟ୍‌, ଜାଣନ୍ତୁ କେଉଁଠି ଶସ୍ତାରେ ମିଳୁଛି ପେଟ୍ରୋଲ-ଡିଜେଲ!

ନୂଆଦିଲ୍ଲୀ, ନଭେମ୍ବର ୦୬ : ମୋଦୀ ସରକାର ପେଟ୍ରୋଲିୟମ ଉତ୍ପାଦ ଶୁଳ୍କ ଉପରୁ ୫ଟଙ୍କା ଏକ୍ସସାଇଜ ଡ୍ୟୁଟି ହ୍ରାସ କରିଛନ୍ତି। ଡିଜେଲ ଉପରୁ ସରକାର ୧୦ଟଙ୍କା ଭାଟ୍‌ କମ କରିଛନ୍ତି। ମୋଦୀ ସରକାରଙ୍କ ତରଫରୁ ଡିଜେଲ-ପେଟ୍ରୋଲ ଉପରେ ଉତ୍ପାଦ ଉପରେ ଉତ୍ପାଦ ଶୁଳ୍କ ହ୍ରାସ କରାଯିବା ପରେ ଏପର୍ଯ୍ୟନ୍ତ ୨୨ଟି ରାଜ୍ୟ ଭାଟ୍‌ ହ୍ରାସ କରିଛନ୍ତି। କିନ୍ତୁ ୧୪ ରାଜ୍ୟ ଏବେବି ନିଜ ଜିଦ୍‌ରେ ଅଟଳ ଅଛନ୍ତି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଡିଜେଲ-ପେଟ୍ରୋଲ ଉପରେ ଏକ୍ସସାଇଜ ଡ୍ୟୁଟି ହ୍ରାସ କରିଥିବା ରାଜ୍ୟଗୁଡ଼ିକ ହେଲା କର୍ଣ୍ଣାଟକ, ପଣ୍ଡିଚେରୀ, ମିଜୋରାମ, ଅରୁଣାଚଳ ପ୍ରଦେଶ, ମଣିପୁର, ନାଗାଲାଣ୍ଡ, ତ୍ରିପୁରା, ଆସାମ, ସିକ୍କିମ, ବିହାର, ମଧ୍ୟପ୍ରଦେଶ, ଗୋଆ, ଗୁଜରାଟ, ଦାଦରା ଓ ନଗର ହାବେଳୀ, ଡାମନ ଆଣ୍ଡ ଡ୍ୟୁ, ଚଣ୍ଡୀଗଡ଼, ହରିୟାଣା, ହିମାଚଳ ପ୍ରଦେଶ, ଜମୁ କଶ୍ମୀର, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ ଓ ଲଦ୍ଦାଖ। 

gpkandhamal

ମୋଦୀ ସରକାରଙ୍କ ତରଫରୁ ଏକ୍ସସାଇଜ ଡ୍ୟୁଟି ହ୍ରାସ କରିବା ପରେ ୧୪ଟି ରାଜ୍ୟରେ ନିଜ ଜିଦରେ ଅଟଳ। ମହରାଷ୍ଟ୍ର, ଦିଲ୍ଲୀ, ପଶ୍ଚିମବଙ୍ଗ, ତାମିଲନାଡୁ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, କେରଳ, ମେଘାଳୟ, ଆଣ୍ଡାମାନ ଓ ନିକୋବର, ଝାଡ଼ଖଣ୍ଡ, ଓଡ଼ିଶା, ଛତିଶଗଡ଼, ପଜାବ ଓ ରାଜସ୍ଥାନ। 

Umasankar Adv
Leave A Reply

Your email address will not be published.