ଦାନ୍ତେୱାଡାରେ ଏନକାଉଣ୍ଟର

ମାଲକାନଗିରି, ନଭେମ୍ବର ୬ : ମାଲକାନଗିରି ଛଡିଶଗଡ ସାମାନ୍ତ ଦାନ୍ତେୱାଡା ଜିଲ୍ଲାରେ ଏନକାଉଣ୍ଟର । ପୋଲିସ ଗୁଳିରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ନିହତ ହୋଇଛନ୍ତି । ପୋଲିସର ଗୁଳିରେ ଇନ୍ଦ୍ରାବତୀ ମାଓ ସଂଗଠନର ମାଓବାଦୀ ରାମସୁ ନିହତ ବୋଲି ଜଣାପଡିଛି । ସୂଚନା ଅନୁସାରେ, ଛିନ୍ଦନାର ଓ ପହୁରନାର ଜଙ୍ଗଲ ଭିତରେ ମାଓବାଦୀମାନେ ଏକ କ୍ୟାମ୍ପ କରି ରହିଥିବା ନେଇ ଦନ୍ତେୱାଡା ପୋଲିସର ଗୁଇନ୍ଦା ବିଭାଗକୁ ସୂଚନା ମିଳିଥିଲା । ଏହାକୁ ଆଧର କରି ଶୁକ୍ରବାର ସେଠାରେ ଡିଆରଜି ବାହିନୀ ପକ୍ଷରୁ କୁମ୍ବିଂ ଅପରେସନ ଆରମ୍ଭ ହୋଇଥିଲା । ରାତିରେ ଉଭୟ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଗୁଳି ବିନିମୟ ହୋଇଥିଲା । ଏହାପରେ ନକ୍ସଲମାନେ ଘଟମାସ୍ଥଳରୁ ପଳାୟନ କରିଥିବା ଜଣାପଡିଛି ।

gpkandhamal

ଏନକାଉଣ୍ଟର ପରେ ଯବାନମାନେ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ କରି ଜଣେ ମାଓବାଦୀଙ୍କ ମୃତଦେହ ଠାବ କରାଯାଇଛି । ଏହାସହିତ ଘଟଣାସ୍ଥଳରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ମଧ୍ୟ ଜବତ ହୋଇଥିବା ଦାନ୍ତେୱାଡା ଏସପି ଅଭିଷେକ ପଲ୍ଲଭ ସୂଚନା ଦେଇଛନ୍ତି । 

Umasankar Adv
Leave A Reply

Your email address will not be published.