ମଧ୍ୟାହ୍ନ ଭୋଜନ ଖାଇ ୩୨ ପିଲା ଅସୁସ୍ଥ

ହାଇଦ୍ରାବାଦ୍‌, ନଭେମ୍ବର ୦୬ : ତେଲେଙ୍ଗାନା ସରକାରଙ୍କ ଏକ ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇ ୩୨ ଜଣ ପିଲା ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହେବା ପରେ ପ୍ରଧାନଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି। ଜିଲା ଶିକ୍ଷା ଅଧିକାରୀ (ଡିଇଓ) ଏ. ରବୀନ୍ଦ୍ର ରେଡ୍ଡୀ କହିଛନ୍ତି, ନିର୍ମଳ ଜିଲ୍ଲାର ଦିମ୍ମାଦୁର୍ଥୀ ଗାଁରେ ଥିବା ମଣ୍ଡଳ ପରିଷଦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ମୋଟ ୧୧୪ ଜଣ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଇଥିଲା। ଏହି ଭୋଜନ ଖାଇବା ପରେ ୩୨ ଜଣ ଛାତ୍ର ଅସୁସ୍ଥ ହୋଇଥିଲେ।  ଶ୍ରୀ ରେଡ୍ଡୀ କହିଛନ୍ତି ଯେ, ଗୁରୁତର ଅବସ୍ଥାରେ ୩୨ ଜଣ ଛାତ୍ରଛାତ୍ରୀଙ୍କୁ ଜରୁରୀକାଳୀନ ଅବସ୍ଥାରେ ନିକଟସ୍ଥ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ସୁବିଧା ଦିଆଯାଇଥିଲା। ପରେ ସମସ୍ତ ଛାତ୍ର ସୁସ୍ଥ ହୋଇଥିଲେ। 

gpkandhamal

ଡିଇଓଙ୍କ ରିପୋର୍ଟ ଆଧାରରେ ଜିଲ୍ଲାପାଳ ମୁଶରଫ ଫାରୁକୀ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ନିଲମ୍ବନ କରିଛନ୍ତି। ଡିଇଓ କହିଛନ୍ତି ଯେ, ଯେଉଁ ଏଜେନ୍ସିକୁ ଭୋଜନ ଯୋଗାଣ ଦାୟିତ୍ବ ଦିଆଯାଇଥିଲା, ଏହାର ଠିକା ରଦ୍ଦ କରିଦିଆଯାଇଛି। ତେବେ ଏହା ପ୍ରଥମ ଘଟଣା ନୁହେଁ। ଦେଶରେ ଏହି ପ୍ରକାରର ଘଟଣା ଅନେକ ଥର ଦେଖିବାକୁ ମିଳଛି। କେନ୍ଦ୍ର ସରକାର ମିଡ-ଡେ-ମିଲ ନେଇ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। 

Umasankar Adv
Leave A Reply

Your email address will not be published.