ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି, ଆଜି ବସିବ ସର୍ବଦଳୀୟ ବୈଠକ

ଭୁବନେଶ୍ୱର, ନଭେମ୍ବର ୬ : ପଞ୍ଚାୟତ ନିର୍ବାଚନ ପାଇଁ ଆଜି ବସିବ ସର୍ବଦଳୀୟ ବୈଠକ । ତେବେ ଚୂଡାନ୍ତ ସଂରକ୍ଷଣ ଚାଲିକା ରାଜ୍ୟ ନିର୍ବାଚନ କମିଶନଙ୍କୁ ପଞ୍ଚାୟତିରାଜ ବିଭାଗ ଦେଇଛି । ଭୋଟର ତାଲିକା ପାଇଁ ପ୍ରସ୍ତୁତି ସହ ସୁରୁଖୁରୁରେ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନ ସର୍ବଦଳୀୟ ବୈଠକ ଡାକିଛନ୍ତି । ଭୋଟର ତାଲିକା ପ୍ରସ୍ତିତି ସହ ନିର୍ବାଚନ ପ୍ରକ୍ରିୟା ବାବଦରେ ବୈଠକରେ ଆଲୋଚନା ହେବ ।  ଆଜି ପୂର୍ବାହ୍ନ ୧୧ଟାରେ ଏହି ବୈଠକ ବସିବ । ଏହି ବୈଠକରେ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ଉପରେ ଗୁରୁତ୍ୱ ଦିଆଯିବ । ତେବେ ଭୋଟର ତାଲିକା ପ୍ରସ୍ତୁତି ସହ ନିର୍ବାଚନ ପ୍ରକ୍ରିୟା ବାବଦରେ ଆଲୋଚନା ହେବ । ଏହି ବୈଠକରେ ବିଜେଡିର ବରିଷ୍ଠ ବିଧାୟକ ଦେବୀ ମିଶ୍ର ଯୋଗ ଦେବେ । ଦଳ ପକ୍ଷରୁ ଦେବୀ ମିଶ୍ର ଯୋଗ ଦେବା ନେଇ ବିଜେଡି ସଭାପତି ନବୀନ ପଟ୍ଟନାୟକ ମନୋନୀତ କରିଛନ୍ତି । 

gpkandhamal

ତେବେ ପୂର୍ବରୁ ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ ଓ ବ୍ଲକ ଅଧ୍ୟକ୍ଷ ସଂରକ୍ଷଣ ତାଲିକା ଜିଲ୍ଲାପାଳମାନେ ଚୂଡାନ୍ତ କରି ରାଜ୍ୟ ନିର୍ବାଚନ କମିଶନଙ୍କୁ ଦେବା ସହ ପଞ୍ଚାୟତିରାଜ ବିଭାଗ ଜିଲ୍ଲା ପରିଷଦ ସଂରକ୍ଷଣ ତାଲିକା ଚୂଡାନ୍ତ କରିସାରିଛି । ଭାରତର ନିର୍ବାଚନ କମିଶନର ୨୦୨୧ର ଭୋଟର ତାଲିକା ଦେଇସାରିଛନ୍ତି । ରାଜ୍ୟ ନିର୍ବାଚନ କମିଶନର ଏହି ତାଲିକା ସଂଶୋଧନ କରିବା ପାଇଁ ଏହି ସର୍ବଦଳୀୟ ବୈଠକ ଡାକିଛନ୍ତି । 

Umasankar Adv
Leave A Reply

Your email address will not be published.