ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ମିଛ ବୟାନ

ଇସଲାମାବାଦ, ନଭେମ୍ବର ୦୬ : ଖରାପ ଅର୍ଥ ବ୍ୟବସ୍ଥା ଯୋଗୁଁ ପାକିସ୍ତାନ ମୁଣ୍ଡ ଟେକିପାରୁ ନାହିଁ। ନି‌ଜ ଦେଶର ଆଥିର୍କ ସ୍ଥିତିକୁ କେମିତି ସ୍ବାଭାବିକ କରିବେ ସେଥି ପାଇଁ ଚିନ୍ତିତ ନୁହଁନ୍ତି ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। କିନ୍ତୁ ଅନ୍ୟ ଦେଶ ଉପରେ ମୁଣ୍ଡ ଖର୍ଚ୍ଚ କରି ଲୋକହସା ହୁଅନ୍ତି। ସବୁଠାରୁ ବଡ଼ କଥା ହେଲା ଯେ, ଇମ୍ରାନ ଖାନଙ୍କ ମିଛ ବୟାନ। ସେ ନିକଟରେ କହିଛନ୍ତି, ଭାରତରେ ପେଟ୍ରୋଲ ଲିଟର ପିଛା ୧୫୦ଟଙ୍କାରେ ବିକ୍ରି ହେଉଛି। ବାସ୍ତବରେ ଭାରତରେ ପେଟ୍ରୋଲ ଦର କେବେବି ଏତେ ଚଢ଼ା ଦରରେ ବିକ୍ରି କରାଯାଇ ନାହିଁ।  ଇମ୍ରାନ ଖାନ ଜାଣିଛନ୍ତି ଯେ, ପାକିସ୍ତାନରେ ଭାରତ ସହିତ ଶବ୍ଦ ଲଗାଇ କିଛି ବି କହିଲେ ଲୋକେ ସହଜରେ ବିଶ୍ବାସ କରିନେବେ। ଲୋକେ ପ୍ରତିବାଦ କରିବେ ନାହିଁ। ବରଂ ସବୁ ସତ ଭାବିବେ। ଏଥି ପାଇଁ ସେ ଭାରତ ଶବ୍ଦକୁ ବ୍ୟବହାର କରି ମିଛ କହିଥାନ୍ତି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଇମ୍ରାନ ଖାନ କହିଛନ୍ତି ଯେ, ଭାରତରେ ପେଟ୍ରୋଲ ଲିଟର ପିଛା ୧୫୦ ଟଙ୍କାରେ ବିକ୍ରି ହେଉଛି। ବାଂଲାଦେଶରେ ଏହା ୨୦୦ ଟଙ୍କା ହୋଇଥିବା ବେଳେ ପାକିସ୍ତାନରେ ୧୪୬ଟଙ୍କା ରହିଛି। 

gpkandhamal

ଡନ୍‌ ରିପୋର୍ଟ ଅନୁସାରେ ଅଟୋକରେ ଏକ ହସ୍ପିଟାଲରେ ଆୟୋଜିତ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେଇ ଇମ୍ରାନ ଏହା କହିଥିଲେ। ତୈଳ ଆମାଦାନୀକାରୀ ଦେଶ ଗୁଡ଼ିକ ମଧ୍ୟରେ ପାକିସ୍ତାନରେ ସବୁଠାରୁ ତେଲ ଦର କମ ରହିଛି। କାରଣ ତାଙ୍କର ସରକାର ତେଲ ଆମଦାନୀ ଉପରେ ତାଙ୍କର ସରକାର ଟ୍ୟାକ୍ସ ଓ ଫି’ ହ୍ରାସ କରିଛନ୍ତି। 

Umasankar Adv
Leave A Reply

Your email address will not be published.