ଆଜି କୋଟିଏ ୮୦ ଲକ୍ଷ ସ୍କୁଲ ପିଲାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧୧ ଶହ ଟଙ୍କା

ଲକ୍ଷ୍ନୌ, ନଭେମ୍ବର ୦୬ : ଉତ୍ତର ପ୍ରଦେଶର ବେସିକ୍‌ ଶିକ୍ଷା ପରିଷଦ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କ ବ୍ୟାଙ୍କ ଆକାଉଣ୍ଟରେ ଡାଇରେକ୍ସ ବେନିଫିଟ ଟ୍ରାନ୍ସଫର (ଡିବିଟି) ମାଧ୍ୟମରେ ୧୧୦୦ ଟଙ୍କାର ଧନରାଶି ବାଣ୍ଟିବେ। ଶନିବାର ରାଜ୍ୟର ରାଜଧାନୀ ଲକ୍ଷ୍ନୌରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହିତ ବେିସିକ ଶିକ୍ଷା ମନ୍ତ୍ରୀ ଡ. ସତୀଶ ଚନ୍ଦ୍ର ଦ୍ବିବେଦୀ ମଧ୍ୟ ଉପସ୍ଥିତ ରହିବେ। 

gpkandhamal

ଯୋଜନା ଅନୁସାରେ ରାଜ୍ୟର ୧ କୋଟି ୮୦ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଲାଭ ମିଳିବ। ଡିବିଟି ମାଧ୍ୟମରେ ପରିଷଦୀୟ ସ୍କୁଲର ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ୧୧୦୦ ଲେଖାଏଁ ଟଙ୍କା ଦିଆଯିବ। ଏଥିରେ ୨ଟି ୟୁନିଫର୍ମ ପାଇଁ ୬୦୦ଟଙ୍କା, ସ୍ବୀଟର ପାଇଁ ୨୦୦ ଟଙ୍କା, ସ୍କୁଲ ବ୍ୟାଗ ପାଇଁ ୧୭୫ଟଙ୍କା, ଜୋତା ପାଇଁ ୧୨୫ ଟଙ୍କା ଦିଆଯିବ। 

Umasankar Adv
Leave A Reply

Your email address will not be published.