ମମିତା ମେହେର ହତ୍ୟା ଘଟଣା, ଆଜି ୧୨ ଘଣ୍ଟିଆ ଗଜପତି ବନ୍ଦ

ଗଜପତି, ନଭେମ୍ବର ୬ : ମମିତା ମେହେର ହତ୍ୟା ଘଟଣା । ଘଟଣାକୁ ନେଇ ଆଜି ୧୨ ଘଣ୍ଟିଆ ଗଜପତି ଜିଲ୍ଲା ବନ୍ଦ ପାଳନ କରୁଛି ବିଜେପି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ଶାନ୍ତି ପୂର୍ଣ୍ଣ ଭାବରେ ବନ୍ଦ ପାଳନ କରାଯାଉଛି । ଶାନ୍ତି ପୂର୍ଣ୍ଣ ଭାବେ ଏହି ବନ୍ଦ ପାଳନ କରିବାକୁ କହିଛନ୍ତି ଗଜପତି ଜିଲ୍ଲା ବିଜେପି ସଭାପତି ତଥା ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ ରାଓ ।  ତେବ କେ ରାଣାୟଣ ରାଓ ଅଭିଯୋଗ କରିଥିଲେ ଯେ ମମିତା ମେହେରଙ୍କ ହତ୍ୟାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଥିବା ସତ୍ତ୍ୱେ ତାଙ୍କୁ ଘଣ୍ଟ ଘୋଡାଇ ରଖିଛନ୍ତି ସରକାର । ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଇସ୍ତଫା ହେଉଛନ୍ତି ନା ତାଙ୍କୁ ବହିଷ୍କାର କରାଯାଉଛି । ତେଣୁ ତଦନ୍ତ ନିରପେକ୍ଷ ହେବାର ଆଶଙ୍କା ରହିଛି । କେବଳ ଏହି ଗୋଟିଏ ଘଟଣା ନୁହେଁ ମାହାଙ୍ଗା ଡବଲ ମର୍ଡର, ପରୀ ହତ୍ୟା, ପିପିଲି ଆଦି ଘଟଣାରେ ଠିକରେ ତଦନ୍ତ ହୋଇପାରିନଥିଲା । 

gpkandhamal

ତେବେ ଏହି ସବୁ ଘଟଣାରେ ସମସ୍ତ ଦୋଷୀ ଧରା ପଡିନଥିଲେ । ଏହାକୁ ନେଇ ସାଧାରଣ ଲୋକ ସୁରକ୍ଷିତ ମଣୁନଥିବା ବିଜେପି ଅଭିଯୋଗ କରିଛି । ଆଜି ବନ୍ଦ ପାଳନ ଶାନ୍ତି ଶୃଙ୍ଖଳାର ସହ ପାଳନ କରାଯାଉଛି । ଦୋକାନ ବଜାର ବନ୍ଦ ରହିଥିବାବେଳେ ଗାଡି ଚଳାଚଳ ଠପ ରହିଛି । କେବଳ ଜରୁରୀ ସେବାକୁ ଅନୁମତି ଦିଆଯାଇଛି । 

Umasankar Adv
Leave A Reply

Your email address will not be published.