ପାକିସ୍ତାନୀ ନୌସେନା ପାଇଁ ତୁର୍କୀର ଯୁଦ୍ଧଜାହାଜ ନିର୍ମାଣ ଆରମ୍ଭ

କରାଚୀ, ନଭେମ୍ବର ୦୬ : ପାକିସ୍ତାନ ନୌସେନା ପାଇଁ ତୁର୍କୀ ଯୁଦ୍ଧଜାହାଜ ନିର୍ମାଣ ଆରମ୍ଭ କରିଛି। ପାକିସ୍ତାନ ପାଇଁ ତୁର୍କୀର ଏହା ହେଉଛି ୪ର୍ଥ ଯୁଦ୍ଧଜାହାଜ। ଯୁଦ୍ଧପୋତ ନିର୍ମାଣ ପାଇଁ କରାଚୀରେ ବଡ଼ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ସମାରୋହରେ ପାକିସ୍ତାନର ନୌସେନା ମୁଖ୍ୟ ଆଡମିରାଲ ଅମଜଦ ଖାନ ନିୟାଜୀ ମଧ୍ୟ ଉପସ୍ଥିତ ଥିଲେ। ଏହି ଯୁଦ୍ଧପୋତର ନିର୍ମାଣ କରାଚୀ ଶିପୟାର୍ଡ ଆଣ୍ଡ ଇଞ୍ଜିନିୟରିଙ୍ଗ ୱାର୍କସ ଏବଂ ତୁର୍କୀର ସରକାରୀ ପ୍ରତିରକ୍ଷା କଂପାନୀ ଏଏସ୍‌ଏଫଏଟି ଦ୍ବାରା ନିର୍ମାଣ କରାଯାଉଛି। ସମାରୋହକୁ ସମ୍ବୋଧିତ କରି ଆଡମିରାଲ ନି‌ୟାଜୀ କହିଛନ୍ତି ଯେ, ତୁର୍କୀର ସହଯୋଗରେ ସ୍ବଦେଶୀ ଆଧୁନିକ ଯୁଦ୍ଧପୋତର ନିର୍ମାଣ ପାକିସ୍ତାନ ପାଇଁ ଗର୍ବର ମୁହୂର୍ତ୍ତ। ସେ କହିଥିଲେ ଯେ, ଏହି ଯୁଗ୍ମ କାମ ପ୍ରତିରକ୍ଷା କ୍ଷେତ୍ରକୁ ସମୃଦ୍ଧ କରିବ। ପାକିସ୍ତାନ ନୌସେନା ଏକ ବୟାନ ଜାରି କରି କହି ଦାବି କରିଛି ଯେ, ଏମ୍‌ଆଇଏଲଜିଇଏମ୍‌ ଶ୍ରେଣୀର ଜାହାଜକୁ ସାମିଲ କରିବାରେ ପାକିସ୍ତାନୀ ନୌସେନାର ପରିଚାଳନା କ୍ଷମତା ଉଲ୍ଲେଖନୀୟ ବୃଦ୍ଧି ହେବ। 

gpkandhamal

ତୁର୍କୀ ଦ୍ବାରା ଦିଆଯାଇଥିବା ଯୁଦ୍ଧଜାହାଜ ଭାରତ ପାଇଁ ବିପଦ ନୁହେଁ। କାରଣ ଏଡା ଶ୍ରେଣୀର ଏହି ଯୁଦ୍ଧ ଜାହାଜ ମଧ୍ୟମ ବର୍ଗରେ ଆସିଥାଏ। ଏହାର ରାଡାର ଧରିବାକୁ ଭାରତକୁ ସହଜ ହେବ। ଭାରତୀୟ ନୌସେନାରେ ପୂର୍ବରୁ ଉଚ୍ଚ କ୍ଷମତା ବିଶିଷ୍ଟ ରାଡାର ଥିବା ଜାହାଜ ରହିଛି। ଭାରତୀୟ ନୌସେନାରେ ସାମିଲ ପି-୮ଆଇ ସମୁଦ୍ରୀ ଗସ୍ତି ବିମାନ ଓ ଅନ୍ୟ ସର୍ଭିଲାନ୍ସ ରାଡାର ଏହି ଯୁଦ୍ଧ ଜାହାଜ ଉପରେ ନଜର ରଖିବ। 

Umasankar Adv
Leave A Reply

Your email address will not be published.