ଚେନ୍ନାଇ ସମେତ ତାମିଲନାଡୁରେ ପ୍ରବଳ ବର୍ଷା

ଚେନ୍ନାଇ, ନଭେମ୍ବର ୦୮ : ବିଗତ କିଛି ଦିନ ହେବ ଚେନ୍ନାଇ ସମେତ ତାମିଲନାଡୁରେ ପ୍ରବଳ ବର୍ଷା ହୋଇଛି। ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ଜଳାର୍ଣ୍ଣବ ହୋଇଛି। ବନ୍ୟାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ ଘୋଷଣା କରିଛନ୍ତି ଯେ, ସୋମବାର ଓ ମଙ୍ଗଳବାର ସରକାରୀ ଅଧିକାରୀ ଓ କର୍ମଚାରୀମାନେ ଘରୁ ଥାଇ କାମ କରିବେ। ସେହିପରି ମୁଖ୍ୟମନ୍ତ୍ରୀ ଚେନ୍ନାଇ, ତିରୁଭଲ୍ଲୁର କାଞ୍ଚିପୁରମ ଓ ଚେଙ୍ଗଲାପାଟ୍ଟୁ ଜିଲ୍ଲାରେ ସ୍କୁଲ-କଲେଜ ଛୁଟି ଘୋଷଣା କରିଛନ୍ତି।  ଶନିବାର ରାତି ଚେନ୍ନାଇରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଥିଲା। ୨୦୧୫ ପରେ ଏହା ଥିଲା ସର୍ବାଧିକ ବର୍ଷା। ଶନିବାର ରାତି ସାଢ଼େ ୮ଟାରୁ ରବିବାର ସକାଳ ୫ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷା ହୋଇଥିଲା। ଶତାଧିକ ଘର ଭିତରକୁ ବର୍ଷା ଜଳ ପ୍ରବେଶ କରିଥିଲା।

ପଡି, ପୁରସୱାଲକମ ଓ କୋଲାଥୁର ପରିଦର୍ଶନ କରିବା ପରେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ କହିଛନ୍ତି ଯେ, ଉଦ୍ଧାରକାରୀ ଟିମ ଓ‌ ମେସିନ ପ୍ରସ୍ତୁତ ଅଛି। ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ ଅଛି। ରବିବାର ସକାଳ ଠାରୁ ୪୪ଟି ସ୍ଥାନରେ ୫୦ ହଜାର ଖାଦ୍ୟ ପ୍ୟାକେଟ ବିତରଣ କରାଯାଇଛି। 

Umasankar Adv
Leave A Reply

Your email address will not be published.