ଆଜି କଳାହାଣ୍ଡି ଯିବେ ମୁଖ୍ୟମନ୍ତ୍ରୀ

କଳାହାଣ୍ଡି ,ନଭେମ୍ବର ୦8 : ଆଜି କଳାହାଣ୍ଡି ଯାଇ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଭବାନୀପଟଣା ଓୟୁଏଟି ଅଡିଟୋରିୟମରେ କୋଭିଡ କଟକଣା ମଧ୍ୟରେ ମୋଟ ୩ଶହ ଜଣଙ୍କ ଉପସ୍ଥିତିରେ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହେବ।  ଏଥିପାଇଁ ପୂର୍ବରୁ ସମସ୍ତଙ୍କ ଆଣ୍ଟିଜେନ ଟେଷ୍ଟ କରାଯିବ ସହ ସାମାଜିକ ଦୁରତା,ସାନିଟାଇଜର, ମାସ୍କ ପିନ୍ଧିବା ଆଦି ସମସ୍ତ ବ୍ୟବସ୍ଥା ଉପରେ  ଗୁରୁତ୍ୱ ଦିଆଯାଇଛି । ମୁଖ୍ୟମନ୍ତ୍ରୀ କାର୍ଡ ବଣ୍ଟନ କରିବା ପରେ ଆସନ୍ତା ୧୩ ତାରିଖ ପର‌୍ୟ୍ୟନ୍ତ ବିଭିନ୍ନ ବ୍ଲକରେ ମନ୍ତ୍ରୀମାନଙ୍କ ଦ୍ବାରା ଜିଲ୍ଲାର ସମସ୍ତ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରାଯିବ। 

ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଭବନୀପାଟଣା ଓୟୁଏଟି ଅଡିଟୋରିୟମରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। 

Umasankar Adv
Leave A Reply

Your email address will not be published.