୯୬୫ ନମ୍ବର ଜାତୀୟ ରାଜପଥର ସଂପ୍ରସାରଣ ପାଇଁ ଆଜି ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ, ନଭେମ୍ବର ୦୮ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ସନ୍ଥ ଧ୍ୟାନେଶ୍ବର ମହାରାଜ ପଲାଖି ମାର୍ଗ (୯୬୫ ନମ୍ବର ଜାତୀୟ ରାଜପଥ)ର ସଂପ୍ରସାରଣ କାର୍ଯ୍ୟ ପାଇଁ ଶିଳାନ୍ୟାସ କରିବେ। ଏହି ଜାତୀୟ ରାଜପଥ ୪ ଥାକିଆ ହେବ।  ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ମୋଦୀ ସନ୍ଥ ତୁକାରାମ ପାଲଖୀ ମାର୍ଗର ୩ଟି ସେକ୍‌ସନ ପାଇଁ ଶିଳାନ୍ୟାସ କରିବେ। ପ୍ରଧାନମନ୍ତ୍ରୀ ମୋଦୀ ଗତକାଲି ଟୁଇଟ୍‌ କରି ଏବାବଦରେ ସୂଚନା ଦେଇଛନ୍ତି। ମୋଦୀ କହିଛନ୍ତି ଯେ, ତୀର୍ଥଯାତ୍ରୀଙ୍କ ଭିଡକୁ ଦୃଷ୍ଟିରେ ରଖି ୯୬୫ ନମ୍ବର ଜାତୀୟ ରାଜପଥ ସଂପ୍ରସାରଣ ହେଉଛି। ସେହିପରି କିଛି ସଡ଼କ ପ୍ରକଳ୍ପର ମଧ୍ୟ ଲୋକାର୍ପଣ ହେବ। 

gpkandhamal

ପାଖାପାଖି ୨୨୧ କି‌ମି ସନ୍ଥ ଧ୍ୟାନେଶ୍ବର ମହାରାଜ ପାଲଖୀ ମାର୍ଗ ଦେବୀଘାଟ ଠାରୁ ମୋହୋଲ ଏବଂ ସନ୍ଥ ତୁକାରାମ ମହରାଜ ପାଲଖୀ ମାର୍ଗ ପାଟସ ଠାରୁ ତୋଣ୍ଡଲା ୧୩୦ କିମି ଚାରି ଥାକିଆ ହେବ। ଏହି ପ୍ରକଳ୍ପ ପାଇଁ ୬୬୯୦ ଓଓ ୪୪୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ଶିଳାନ୍ୟାସ କାର୍ଯ୍ୟକ୍ରମରେ କେନ୍ଦ୍ର ଜାତୀୟ ରାଜପଥ ଓ ସଡ଼କ ପରବହନ ମନ୍ତ୍ରୀ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ମନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ରହିବେ।

Umasankar Adv
Leave A Reply

Your email address will not be published.