ତୃତୀୟ ସୋମବାରରେ ବାବା ଧବଳେଶ୍ଵରଙ୍କ ପୀଠରେ ୧୪୪ ଧାରା ଜାରି

ଆଠଗଡ଼ ,ନଭେମ୍ବର ୦ : ଆଜି ହେଉଛି କାର୍ତ୍ତିକ ମାସର ତୃତୀୟ ସୋମବାର। ତେଣୁ ଭକ୍ତ ମାନଙ୍କ ସମାଗମକୁ ଦୃଷ୍ଟିରେ ରଖି ମନ୍ଦିର ପରିସରରେ  ୧୪୪ ଧାରା ଜାରି କରିଛି ପ୍ରଶାସନ । ଏହି ଦିନରେ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବା ସହ ମନସ୍କାମନା ପୁର୍ଣ୍ଣ କରିବାର ର ଗୋଟିଏ ପ୍ରଥା ରହିଛି ହେଲେ ଆଜି ଏହି ଦର୍ଶନରୁ ବଞ୍ଚିତ ରହିବେ ଭକ୍ତ । ରାଜ୍ୟ ସରକାରଙ୍କ କୋଭିଡ ନିୟମକୁ ଆଖି ଆଗରେ ରଖି କାର୍ତ୍ତିକ ବ୍ରତଧାରୀ ଓ ଶ୍ରଦ୍ଧାଳୁ ପୀଠକୁ ନ ଆସିବାକୁ ବାରଣ କରାଯାଇଛି । ଭୋର ୪ଟାରୁ ରାତ୍ର ୧୦ ଘଟିକା ପର୍ଯ୍ୟନ୍ତ ମନ୍ଦିର ପରିସରରେ  ୧୪୪ ଧାରା ଜାରି ହୋଇଥିଲେ ମଧ୍ୟ ଠାକୁରଙ୍କ ସମସ୍ତ ନୀତି କାନ୍ତି କିନ୍ତୁ ସେବକ ମାନଙ୍କୁ ନେଇ ସମ୍ପୁର୍ଣ୍ଣ ହେବ ବୋଲି ସୁଚନା ମିଳିଛି ।

gpkandhamal

ଭୋର୍ ୪ଟାରୁ ପହଡ ଖୋଲାଯିବା ପରେ ସୁବାସିତ ୧୦୮ ଜଳରେ ବାବାଙ୍କୁ ସ୍ନାନ ପରେ ମଙ୍ଗଳାଆଳତୀ, ସକାଳ ଧୂପ , ଆଦି ସମସ୍ତ ନୀତିକାନ୍ତି ସମ୍ପନ୍ନ କରାଯାଇଛି। ତେବେ ଏହି କାର‌୍ୟ୍ୟରେ କୌଣସି ଭକ୍ତ ନଥିବାରୁ ମନ୍ଦିର ସମ୍ପୁର୍ଣ୍ଣ ଭକ୍ତ ଶୂନ୍ୟ ହୋଇପଡ଼ିଛି ।

Umasankar Adv
Leave A Reply

Your email address will not be published.