ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅଙ୍କୁ ଗିରଫ କଲା ସିବିଆଇ

ନୂଆଦିଲ୍ଲୀ, ନଭେମ୍ବର ୦୮ : କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ହିତେଶ୍ବର ସୈକିଆଙ୍କ ପୁଅ ଅଶୋକ ସୈକିଆଙ୍କୁ ଗିରଫ କରିଛି। ସିବିଆଇ ପାଖାପାଖି ୯ ଲକ୍ଷ ଟଙ୍କା ଋଣ ଫେରସ୍ତ ନ କରିବା ଅଭିଯୋଗରେ ୨୫ ବର୍ଷର ପୁରୁଣା ମାମଲାରେ ଅଶୋକ ଗିରଫ ହ‌ୋଇଛନ୍ତି। ଜଣେ ଅଧିକାରୀ ଜାତୀୟ ଗଣମାଧ୍ୟମକୁ କହିଛନ୍ତି ଯେ, ବାରମ୍ବାର ନୋଟିସ ଦିଆଯିବା ପରେ ମଧ୍ୟ ଅଶୋକ ଅଦାଲତରେ ହାଜର ହୋଇ ନଥିଲେ। ତାଙ୍କ ନାଁରେ NBW ଜାରି କରାଯାଇଥିଲା। ଅଧିକାରୀ କହିଛନ୍ତି ଯେ, ସିବିଆଇର ଗୁଆହାଟୀ ଟିମ ଅଶୋକ ସୈକିଆଙ୍କୁ ପଚରାଉଚରା କରିବା ପରେ ଗିରଫ କରିଛି। ସୋମବାର ତାଙ୍କୁ ଅଦାଲତରେ ହାଜର କରାଯିବ। ଏସଂପର୍କରେ ପଚରାଉଚରା କରାଯିବା ପରେ ବଡ଼ ଭାଇ ଓ ଆସାମ ବିଧାନସଭାରେ ବିରୋଧୀ ନେତା ଦେବବ୍ରତ ସୈକିଆ କହିଛନ୍ତି ଯେ, ଅଶୋକ ସୈକିଆଙ୍କୁ ସିବିଆଇ ଅଧିକାରୀମାନଙ୍କ ଏକ ଟିମ ରବିବାର ନିଜ ସାଥିରେ ନେଇଯାଇଥିଲେ। 

gpkandhamal

ଜଣେ କଂଗ୍ରେସ ନେତା କହିଛନ୍ତି ଯେ, ମୋତେ ଜଣାନାହିଁ ଯେ, ଅଶୋକଙ୍କୁ ଥାନାରେ ଅଟକ ରଖାଯାଇଛି କି ଗିରଫ କରାଯାଇଛି। ଏହା ପୁରୁଣା ମାମଲା ଏବଂ ଋଣ ଫେରାଇ ଦିଆଯାଇଥିଲା। ବ୍ୟାଙ୍କ ଅଦାଲତକୁ ସୂଚନା ଦେଇ ନଥିଲା। ଏହା ବ୍ୟାଙ୍କର ଭୁଲ ଥିଲା। ସୂଚନାଯୋଗ୍ୟ, ଅଶୋକ ସୈକିଆ ୧୯୯୬ରେ ଆସାମ ରାଜ୍ୟ ସରକାରୀ ଏବଂ ଗ୍ରାମୀଣ ବିକାଶ ବ୍ୟାଙ୍କ ଲିମିଟେଡରୁ ଋଣ ନେଇଥିଲେ। 

Umasankar Adv
Leave A Reply

Your email address will not be published.