ଜମୁ କଶ୍ମୀର: ବଟମାଲୂରେ ଆତଙ୍କବାଦୀ ଗୁଳିରେ ପୋଲିସ ଅଧିକାରୀ ମୃତ୍ୟୁ

ଶ୍ରୀନଗର, ନଭେମ୍ବର ୦୮ : ଜମୁ କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ଘଟଣା ହ୍ରାସ ପାଉନାହିଁ। ଶ୍ରୀନଗରର ବଟମାଳୂ ଅଂଚଳରେ ଆତଙ୍କବାଦୀ ଜଣେ ପୋଲିସ ଅଧିକାରୀଙ୍କୁ ଗୁଳିମାଡ଼ କରିଛି। ପୋଲିସ ଇନ୍ସପେକ୍ସଟରଙ୍କ ନାଁ ତୌ‌ସିଫ, ଯିଏକି ପିସିଆରରେ ମୁତୟନ ଥିଲେ। ଘଟଣା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆଯାଇଥିଲା। କିନ୍ତୁ ସେଠରେ ତାଙ୍କର ମୃତ୍ୟୁ ହୋଇଥିଲା। 

gpkandhamal

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ରବିବାର ସନ୍ଧ୍ୟାରେ ବଟମାଳୂଙ୍କ ଏସ୍‌ଡି କଲୋନୀରେ ଆତଙ୍କବାଦୀମାନେ ତୌସୀଫ ଅହମଦଙ୍କୁ ଅତି ନିକଟରୁ ଗୁଳି କରିଥିଲେ। ପିସ୍ତଲରୁ ଗୁଳି ବାହାରି ଯାଇଥିଲା। ଆକ୍ରମଣର ଶିକାର ହେବା ପରେ ପୋଲିସ ଅଧିକାରୀ ତଳେ ପଡ଼ି ଯାଇଥିଲେ। ତାଙ୍କୁ ଏସ୍‌ଏମ୍‌ଏଚ୍‌ଏସ୍‌ ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ଅବସ୍ଥା ଖରାପ ଥିବାରୁ ବଞ୍ଚିପାରିଲେ ନାହିଁ। 

Umasankar Adv
Leave A Reply

Your email address will not be published.