ଭାରତରେ ୨୪ ଘଣ୍ଟାରେ ୨୫୬ ମୃତ, ୧୨,୫୬୨ ନୂଆ ପଜିଟିଭ୍‌

ନୂଆଦିଲ୍ଲୀ, ନଭେମ୍ବର ୦୮ : କରୋନା ଭାଇରସ ମହାମାରୀର ୨ୟ ଲହର ଭାରତରେ ଦୁର୍ବଳ ହୋଇଛି। ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୧ ହଜାର ୬୪୮ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ସମୟ ମଧ୍ୟରେ ୧୨ ହଜାର ୫୬୨ ଜଣ ସୁସ୍ଥ ହୋଇଥିଲା ବେଳେ ୨୫୬ ଜଣଙ୍କର ମୃତ୍ୟୁ ହୋଇଛି। ଗତ ୨୪ ଘଣ୍ଟା ପୂର୍ବରୁ ଦେଶରେ ୧୦ ହଜାର ୮୭୯  ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହି ସମୟ ମଧ୍ୟରେ ୧୨ ହଜାର ୩ ଜଣ କରୋନାରୁ ସୁସ୍ଥ ହୋଇଥିଲା ବେଳେ ୫୧୯ ଜଣଙ୍କର ମୃତ୍ୟୁ ହୋଇଥିଲା। ତେବେ କରୋନାରୁ ଦେଶରେ ସୁସ୍ଥଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଟିକାକରଣ ଓ ଲକଡାଉନ-ସଟଡାଉନରୁ ସୁଫଳ ମିଳୁଛି।  କେନ୍ଦ୍ର ସରକାର କରୋନାକୁ ହରାଇବା ପାଇଁ ବ୍ୟାପକ ପଦକ୍ଷେପ ନେଇଛନ୍ତି। ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ମଜବୁତ କରିଛନ୍ତି। କିନ୍ତୁ ବ୍ୟାପକ ସତର୍କତା ଅଭିଯାନ, ଟିକାକରଣ ଓ ଅନ୍ୟ ଅବଶ୍ୟକ ପଦକ୍ଷେପ ନିଆଯିବା ସତ୍ତ୍ବେ ସଂକ୍ରମଣ ସଂପୂର୍ଣ୍ଣ ଭାବେ ନିୟନ୍ତ୍ରିତ ହେବାକୁ ସମୟ ଲାଗିବ ବୋଲି ବିଶେଷଜ୍ଞମାନେ କହୁଛନ୍ତି। 

gpkandhamal

କୋଭିଡ-୧୯ ଉପରେ ନଜର ରଖିଥିବା ୱେବସାଇଟ ୱାଲଡୋମିଟରର ତଥ୍ୟ ଅନୁସାରେ ଦେଶରେ ଆଜି ପର୍ଯ୍ୟନ୍ତ ୩ କୋଟି ୪୩ ଲକ୍ଷ ୬୬ ହଜାର ୬୧୪ ଜଣ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇସାରିଛନ୍ତି। ଏଥିରୁ ୩ କୋଟି ୩୭ ଲକ୍ଷ ୫୩ ହଜାର ୪୮୮ ଜଣ ସୁସ୍ଥ ହୋଇଛନ୍ତି। ଦେଶରେ ୪ ଲକ୍ଷ ୬୧ ହଜାର ୪୩ ଲୋକ କରୋନାଜନିତ ମୃତ୍ୟୁ ହୋଇଥିବା ବେଳେ ଏବେ ୧ ଲକ୍ଷ ୫୨ ହଜାର ୮୩ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ତେବେ ଭାରତ ସରକାରଙ୍କ ଦ୍ବାରା ଦୈନିକ କରୋନା ରିପୋର୍ଟ ଜାରି ହେବା ପରେ ଦେଶର ପ୍ରକୃତ ସଂକ୍ରମଣ ତଥ୍ୟ ଜଣାପଡ଼ିବ।

Umasankar Adv
Leave A Reply

Your email address will not be published.