ଡ୍ରଗ୍ସ ମାମଲାରେ ଆଜି ପ୍ରଭାକର ସୈଳଙ୍କୁ ହେବ ପଚରାଉଚରା

ମୁମ୍ବାଇ, ନଭେମ୍ବର ୦୮ : ମୁମ୍ବାଇ ଡ୍ରଗ୍ସ ମାମଲାର ସମୀକରଣ ବଦଳି ଯାଇଥିଲା, ଯେତେବେଳେ ସାକ୍ଷୀ ପ୍ରଭାକର ସୈଳ ମୁମ୍ବାଇ ଜୋନ୍‌ର ଏନସିବି ନିର୍ଦ୍ଦେଶକ ସମୀର ୱାଙ୍ଖେଡେଙ୍କ ନାଁରେ ଗୁରୁତର ଅଭିଯୋଗ ଆଣିଥିଲେ। ଦାବି କରାଯାଉଥିଲା ଯେ, ଆରୟନ ଖାନଙ୍କୁ ଛାଡ଼ିବା ପାଇଁ ୨୫ କୋଟି ଟଙ୍କା ଦାବି ହୋଇଥିଲା। ସେହି ଅଭିଯୋଗ ପରେ ୱାଙ୍ଖେଡେଙ୍କ ବିରୋଧରେ ତଦନ୍ତ ଚାଲିଛି ଏବଂ ସେ ଏହି କେସ୍‌ରୁ ବାହାରି ଯାଇଛନ୍ତି। 

gpkandhamal

ପ୍ରଭାକର ସୈଳଙ୍କୁ ଆଜି ଏନସିବିର କେନ୍ଦ୍ରୀୟ ଟିମ ପଚରାଉଚରା କରିବେ। ଆଜି ଅପରାହ୍ନ ୧୨ଟା ପରେ ଏନସିବି ଆସିବା ପାଇଁ ପ୍ରଭାକରଙ୍କୁ ଡକାଯାଇଛି। ଏନସିବିର ବିଶ୍ବାସ ଯେ, ପ୍ରଭାକରଙ୍କ ଠାରୁ ଅନେକ ଗୁଡ଼ିଏ ତଥ୍ୟ ମିଳିବ। ପ୍ରଭାକରଙ୍କ ବୟାନ ଅନୁସାରେ ଆଗାମୀ ଦିନରେ କାର୍ଯ୍ୟାନୁଷ୍ଠାନ ହେବ। ଏହା ପରେ ଅନ୍ୟମାନଙ୍କୁ ପଚରାଉଚରା କରାଯାଇପାରେ। ରବିବାର ଏନସିବିର ଟିମ୍‌ ଏହି ମାମଲା ସହିତ ଜଡ଼ିତ ଅରବାଜ ମର୍ଚେଣ୍ଟ ଓ ଅଚିତ କୁମାରଙ୍କୁ ମଧ୍ୟ ଦୀର୍ଘ ୯ ଘଣ୍ଟା ଯାଏଁ ପଚରାଉଚରା କରିଥିଲେ।  

Umasankar Adv
Leave A Reply

Your email address will not be published.