ନଭେମ୍ବର ୨୨ରୁ ମଞ୍ଜୁରୀ ତାଲିକାରେ କୋଭାସ୍କିନକୁ ସାମିଲ କରିବ ବ୍ରିଟେନ୍‌

ଲଣ୍ଡନ, ନଭେମ୍ବର ୦୯ : ବ୍ରିଟେନ୍‌ ସରକାର କହିଛନ୍ତି ଯେ, ଭାରତରେ ଉତ୍ପାଦିତ କୋଭାସ୍କିନ୍‌ ନିଜର ମଂଜୁରୀ ତାଲିକାରେ ସାମିଲ ହେବ। ଅନ୍ତର୍ଜାତୀୟ ଯାତ୍ରୀମାନଙ୍କ ପାଇଁ ଏହା ନିଶ୍ଚିତ ଭାବେ ଭଲ ଖବର। ଚଳିତ ମାସ ୨୨ ତାରିଖରୁ ବ୍ରିଟେନ ସରକାର କୋଭାସ୍କିନକୁ ମଂଜୁରୀ ତାଲିକାରେ ସାମିଲ କରିବେ। ଏହାର ଅର୍ଥ କୋଭାସ୍କିନ ଟିକା ନେଇଥିବା ଭାରତୀୟ ମାନେ ଇଂଲଣ୍ଡରେ ପହଂଚିଲେ ଆଉ ସଂଗରୋଧରେ ରହିବାକୁ ପଡ଼ିବ ନାହିଁ। 

gpkandhamal

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ଜରୁରୀକାଳୀନ କ୍ଷେତ୍ରରେ କୋଭାସ୍କିନର ବ୍ୟବହାର କରାଯାଇପାରିବ ବୋଲି ମଂଜୁରୀ ଦେବା ପରେ ବ୍ରିନେଟନ ମଧ୍ୟ କୋଭାସ୍କିନକୁ ନିଜର ତାଲିକାଭୁକ୍ତ କରିଛି। ସୂଚନାଯୋଗ୍ୟ, ବ୍ରିଟେନ୍‌ ସରକାର ଗତମାସରେ ଭାରତରେ ଉତ୍ପାଦିତ କୋଭିଶିଲ୍ଡ କୋଭିଡ-୧୯ ଟିକାକୁ ମଂଜୁରୀ ତାଲିକାରେ ସାମିଲ କରିଥିଲେ।

Umasankar Adv
Leave A Reply

Your email address will not be published.