ଓଡ଼ିଶା ଆୟୋଜନ କରିବ ପ୍ରଥମ ଫିଜିକାଲ ନ୍ୟାଶନାଲ ଯୋଗାସନ ଚାମ୍ପିୟନଶିପ୍

ଭୁବନେଶ୍ୱର, ନଭେମ୍ବର ୦୯: ଓଡ଼ିଶା ସରକାରଙ୍କ ସହଯୋଗରେ ନ୍ୟାଶନାଲ ସ୍ପୋର୍ଟ ଯୋଗାସନ ଫେଡେରେଶନ (ଏନ୍‌ଇଏସ୍ଏଫ୍) ଆନୁକୂଲ୍ୟରେ ପ୍ରଥମ ଫିଜିକାଲ ନ୍ୟାଶନାଲ ଯୋଗାସନ ଚାମ୍ପିୟନଶିପ୍ ଭୁବନେଶ୍ବରରେ ଅନୁଷ୍ଠିତ ହେବ । ନଭେମ୍ବର ୧୧ରୁ ୧୩ ପର୍ଯ୍ୟନ୍ତ ହେବାକୁଥିବା ଏହି ଇଭେଣ୍ଟରେ ଦେଶର ୩୦ଟି ରାଜ୍ୟରୁ ୫୦୦ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ଅଂଶଗ୍ରହଣ କରିବେ । ଏଇ କିଛିବର୍ଷ ହେଲା ଯୋଗର ଲୋକପ୍ରିୟତା ବୃଦ୍ଧି ପାଇବାରେ ଲାଗିଛି । ବିଶ୍ୱରେ ପ୍ରଚଳିତ ଶ୍ରେଷ୍ଠ ବ୍ୟାୟାମ ମଧ୍ୟରେ ଏହା ଅନ୍ୟତମ ବିବେଚିତ ହେଉଛି । ଭାରତ ପାଇଁ ଯୋଗାସନକୁ ବିଶ୍ଵ କ୍ରୀଡ଼ା ମଞ୍ଚରେ ଏକ ପ୍ରତିଯୋଗିତାମୂଳକ ଖେଳ ଭାବେ ଗ୍ରହଣ କରିବାର ଏହା ହେଉଛି ପ୍ରକୃଷ୍ଟ ସମୟ । 

gpkandhamal

ଓଡିଶା କ୍ରୀଡା ମନ୍ତ୍ରୀ ତୁଷାରକାନ୍ତ ବେହେରା କହିଛନ୍ତି,”ଭାରତୀୟ ହକି ତଥା ଅନ୍ୟାନ୍ୟ ଦେଶୀ କ୍ରୀଡା ପ୍ରତିପୋଷଣର ବଡ ସଫଳତା ଦ୍ୱାରା ଅନୁପ୍ରାଣିତ ହୋଇ ଆମେ ଯୋଗସାନାକୁ ଏକ ଖେଳ ଭାବରେ ପ୍ରୋତ୍ସାହିତ ତଥା ପ୍ରତିପୋଷଣ କରିବାରେ ବିପୁଳ ସମ୍ଭାବନା ଦେଖୁଛୁ। ଆମେ ନିଶ୍ଚିତ ଯେ ଭାରତର ପ୍ରଥମ ଶାରୀରିକ ଜାତୀୟ ଯୋଗାସାନା ଚାମ୍ପିଅନସିପ୍ ଏକ ପଦକ୍ଷେପ ହେବ। ବିଶ୍ୱ ସ୍ତରୀୟ ଯୋଗାସାନା ଆଥଲେଟ୍ସମାନଙ୍କର ପରବର୍ତ୍ତୀ ପିଢି ଆଗକୁ ବଢନ୍ତୁ ।

Umasankar Adv
Leave A Reply

Your email address will not be published.