ୟୁପିଏ ଶାସନ କାଳରେ ରାଫେଲ ଡିଲ୍‌ ପାଇଁ ଦିଆଯାଇଥିଲା ଲାଞ୍ଚ!

ନୂଆଦିଲ୍ଲୀ, ନଭେମ୍ବର ୦୯: ଭାରତ ସହିତ ରାଫେଲ ଡିଲକୁ ନେଇ ଫ୍ରାନ୍ସର ଏକ ପତ୍ରିକା ‘ମିଡିଆପୋର୍ଟ’ ଲାଞ୍ଚ ଦିଆଯିବା ନେଇ ଏକ ନୂଆ ଦାବି କରିଛି। ପତ୍ରିକାର ଦାବି ଯେ, ଫ୍ୟାନ୍ସର ବିମାନ ନିର୍ମାତା କଂପାନୀ ଦସାଲ୍ଟ ଆଭିଏଶନ ଭାରତରୁ ଏହି କାରବାର ହାସଲ କରିବା ଲାଗି ଗୋପନୀୟତାର ସହିତ ପାଖାପାଖି ୭.୫ ମିଲିୟନ ୟୁରୋ ଦେଇଥିଲା ଏବଂ ଏଥି ପାଇଁ ମିଛ ବିଲ ବ୍ୟବହାର କରାଯାଇଥିଲା। 

gpkandhamal

ମିଡିଆପୋର୍ଟର ରିପୋର୍ଟ ଅନୁସାରେ ଦସାଲ୍ଟ ଆଭିଏଶନ ୨୦୦୭ ଓ ୨୦୧୨ ମଧ୍ୟରେ ମରୀଶସରେ ଏହି ଲାଞ୍ଚ ଦେଇଥିଲା। ପତ୍ରିକା ଜୁଲାଇରେ ଖବର ଦେଇଥିଲା ଯେ, ୩୬ ରାଫେଲ ଲଢୁଆ ବିମାନ ରପ୍ତାନୀ କରିବା ଲାଗି ଭାରତ ସହିତ ୫୯ ହଜାର କୋଟି ଟଙ୍କାର ଇଣ୍ଟର-ଗଭର୍ଣ୍ଣମେଣ୍ଟ କାରବାରରେ ସନ୍ଦିଗ୍ଧ ଭ୍ରଷ୍ଟାଚାର ଓ ପକ୍ଷପାତର ଅତ୍ୟଧିକ ସମ୍ବେଦନଶୀଳ ନ୍ୟାୟିକ ତଦନ୍ତର ନେତୃତ୍ବ କରିବା ଲାଗି ଏକ ଫ୍ରାନ୍ସିସ ଜଜଙ୍କୁ ନିଯୁକ୍ତି କରାଯାଇଛି। କିନ୍ତୁ କଂପାନୀ ତରଫରୁ କୌଣସି ପ୍ରତିକ୍ରିୟା ଆସିନାହିଁ। 

Umasankar Adv
Leave A Reply

Your email address will not be published.