୭୦ କୁକୁଡ଼ା ଖାଇଥିଲା କଲରାପତରିଆ, ଯନ୍ତାରେ ପକାଇଲେ ଅବସରପ୍ରାପ୍ତ ସୁବେଦାର

ମଣ୍ଡି, ନଭେମ୍ବର ୦୯ : ହିମାଚଳ ପ୍ରଦେଶର ସୁନ୍ଦରନଗର ଅଂଚଳରେ ଥିବା ପଲୌହଟା ଗ୍ରାମପଞ୍ଚାୟତ ଅଧିନ ନୈହରା ଗାଁରେ ଏକ କଲରାପତରିଆକୁ ଧରାଯାଇଛି। ଏହି କଲରାପତରିଆ ବିଗତ ଦିନରେ ଗାଁ ଲୋକଙ୍କର ୭୦ଟି କୁକୁଡ଼ା ଖାଇଥିଲା। ସୋମବାର ଭୋର ସକାଳୁ ଯେତେବେଳେ କଲରାପତରିଆ ପୁଣି ଥରେ କୁକୁଡ଼ା ଖାଇବାକୁ ଆସିଥିଲା, ଅବସରପ୍ରାପ୍ତ ସୁବଦାର ବେସର ସିଂହ ଯନ୍ତ୍ରାରେ କୌଶଳକ୍ରମେ ଧରିଥିଲେ।  କଲରାପତରିଆ ଏପର୍ଯ୍ୟନ୍ତ ୭୦ଟି କୁକୁଡାକୁ ଶିକାର କରିଥିଲା। ନୈହାର ନିବାସୀ ତଥା ସେନାରୁ ଅବସରପ୍ରାପ୍ତ ସୁବେଦାର ବେସର ସିଂହ ନିଜ ଘରେ କୁକୁଡ଼ା ପାଳନ କରନ୍ତି। ଏଥି ପାଇଁ ସେ ଏକ ଯନ୍ତା ତିଆରି କରିଥିଲେ। ସେ ଜାଣି ପାରୁ ନଥିଲେ ତାଙ୍କର କୁକୁଡ଼ା ସଂଖ୍ୟା ଦିନକୁ ଦିନ କେମିତି ହ୍ରାସ ପାଉଛି। ତଦନ୍ତ ପରେ ଜାଣିବାକୁ ପାଇଲେ ଯେ, ଏକ କଲରାପତରିଆ ଛୁଆ ସୁଯୋଗ ଦେଖି କୁକୁଡ଼ା ଖାଉଛି। 

gpkandhamal

ଅବସରପ୍ରାପ୍ତ ସୁବେଦାର କହିଛନ୍ତି, କଲରାପତରିଆ ତାଙ୍କୁ ମଧ୍ୟ ଆକ୍ରମଣ ପାଇଁ ଉଦ୍ୟମ କରିଥିଲା। କିନ୍ତୁ ସେ ସାହସ ଦେଖାଇ ଯନ୍ତାର ଦ୍ବାରକୁ ବନ୍ଦ କରିଦେଇଥିଲେ। ଏଥିରେ କଲରାପତରିଆ ଫସିଯାଇଥିଲା। ଏହା ପରେ ସେ ଘଟଣା ସଂପର୍କରେ ବନ ବିଭାଗ ଓ ପୋଲିସକୁ ସୂଚନା ଦେଇଥିଲେ। ବନ ବିଭାଗ ଦ୍ବାରା ଏହାକୁ ଟ୍ରାଙ୍କୁଲାଇଜ କରି କାଙ୍ଗଡ଼ାର ଗୋପାଳପୁର ଚିଡିଆଖାନାରେ ଛାଡ଼ି ଦିଆଯାଇଥିବା ନେଇ ବନ ମଣ୍ଡଳ ଅଧିକାରୀ ସୁକେତ ସୁଭାଷ ପରାଶର ଗଣମାଧ୍ୟମକୁ କହିଛନ୍ତି।

Umasankar Adv
Leave A Reply

Your email address will not be published.