ଭାରତରେ କରୋନା ଭାଇରସ୍‌ ୨୪ ଘଣ୍ଟାରେ ୩୦୪ ମୃତ

ନୂଆଦିଲ୍ଲୀ, ନଭେମ୍ବର ୦୯ : କରୋନା ଭାଇରସ ମହାମାରୀ ନେଇ ଭାରତୀୟଙ୍କ ପାଇଁ ଭଲ ଖବର ଆସିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭ ହଜାର ୮୪୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ସମୟ ମଧ୍ୟରେ ୯ ହଜାର ୭୪୯ ଜଣ ସୁସ୍ଥ ହୋଇଥିଲା ବେଳେ ୩୦୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।  ଦେଶରେ ବିଗତ ୨୪ ଘଣ୍ଟା ପୂର୍ବରୁ ୧୦ ହଜାର ୮୭୯ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହି ସମୟ ମଧ୍ୟରେ ୧୨ ହଜାର ୩ ଜଣ କରୋନାରୁ ସୁସ୍ଥ ହୋଇଥିଲା ବେଳେ ୫୧୯ ଜଣଙ୍କର ମୃତ୍ୟୁ ହୋଇଥିଲା। ତେବେ କରୋନାରୁ ଦେଶରେ ସୁସ୍ଥଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଟିକାକରଣ ଓ ଲକଡାଉନ-ସଟଡାଉନରୁ ସୁଫଳ ମିଳୁଛି। 

gpkandhamal

କେନ୍ଦ୍ର ସରକାର କରୋନାକୁ ହରାଇବା ପାଇଁ ବ୍ୟାପକ ପଦକ୍ଷେପ ନେଇଛନ୍ତି। ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ମଜବୁତ କରିଛନ୍ତି। କିନ୍ତୁ ବ୍ୟାପକ ସତର୍କତା ଅଭିଯାନ, ଟିକାକରଣ ଓ ଅନ୍ୟ ଅବଶ୍ୟକ ପଦକ୍ଷେପ ନିଆଯିବା ସତ୍ତ୍ବେ ସଂକ୍ରମଣ ସଂପୂର୍ଣ୍ଣ ଭାବେ ନିୟନ୍ତ୍ରିତ ହେବାକୁ ସମୟ ଲାଗିବ ବୋଲି ବିଶେଷଜ୍ଞମାନେ କହୁଛନ୍ତି।  କୋଭିଡ-୧୯ ଉପରେ ନଜର ରଖିଥିବା ୱେବସାଇଟ ୱାଲଡୋମିଟରର ତଥ୍ୟ ଅନୁସାରେ ଦେଶରେ ଆଜି ପର୍ଯ୍ୟନ୍ତ ୩ କୋଟି ୪୩ ଲକ୍ଷ ୭୪ ହଜାର ୪୫୫ ଜଣ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇସାରିଛନ୍ତି। ଏଥିରୁ ୩ କୋଟି ୩୭ ଲକ୍ଷ ୬୩ ହଜାର ୨୩୭ ଜଣ ସୁସ୍ଥ ହୋଇଛନ୍ତି। ଦେଶରେ ୪ ଲକ୍ଷ ୬୧ ହଜାର ୩୪୭ ଲୋକ କରୋନାଜନିତ ମୃତ୍ୟୁ ହୋଇଥିବା ବେଳେ ଏବେ ୧ ଲକ୍ଷ ୪୯ ହଜାର ୮୭୧ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ତେବେ ଭାରତ ସରକାରଙ୍କ ଦ୍ବାରା ଦୈନିକ କରୋନା ରିପୋର୍ଟ ଜାରି ହେବା ପରେ ଦେଶର ପ୍ରକୃତ ସଂକ୍ରମଣ ତଥ୍ୟ ଜଣାପଡ଼ିବ।

Umasankar Adv
Leave A Reply

Your email address will not be published.