ନବାବ ମଲିକଙ୍କ ପାଇଁ ବଢ଼ିପାରେ ଅଡୁଆ

ମୁମ୍ବାଇ, ନଭେମ୍ବର ୧୦ : ନବାବା ମଲିକ ଓ ଏନସିବିର ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖେଡେକୁ ନେଇ ବିବାଦ ବଢ଼ିଚାଲିଛି। ଏହାରି ମଧ୍ୟରେ ନବାବ ମଲିକ ମଙ୍ଗଳବାର ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବୀସଙ୍କ ବିରୋଧାଭାସ କରିଛନ୍ତି। ସେ କହିଛନ୍ତି ଯେ, ବୁଧବାର ଆହୁରି ବଡ଼ ଖୁଲାସା କରିବେ। 

gpkandhamal

ଅନ୍ୟପଟରେ ୱାଙ୍ଖେଡେ ପରିବାର ତରଫରୁ ଔରଙ୍ଗାବାଦରେ ମାମଲା ରୁଜୁ କରାଯାଇଛି। ଏହା ବ୍ୟତୀତ ୱାଙ୍ଖେଡେଙ୍କ ସାଳି ନବାବ ମଲିକଙ୍କ ବିରୋଧରେ ଗୋରେଗାଓ ଥାନାରେ ଏତଲା ଦେଇଛନ୍ତି। ଏହାରି ମଧ୍ୟରେ ମଙ୍ଗଳବାର ସମୀର ୱାଙ୍ଖେଡେଙ୍କ ପିତା ଧ୍ୟାନଦେବ କାଚରୁଜୀ ଏବଂ ସମୀର ୱାଙ୍ଖେଡେଙ୍କ ପତ୍ନୀ ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂହ କୋଶୀୟାରୀଙ୍କୁ ଭେଟିଛନ୍ତି। ସୀମର ୱାଙ୍ଖେଡେଙ୍କ ପିତା ଏହି ସାକ୍ଷାତକାର ପରେ କହିଛନ୍ତି ଯେ, ମୁଁ ଏବଂ ପୁତ୍ରବଧୂ ରାଜ୍ୟପାଳଙ୍କୁ ଭେଟିଛୁ। ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେଇଛୁ। ରାଜ୍ୟପାଳ ଆମକୁ ପ୍ରତିଶୃତି ଦେଇଛନ୍ତି ଯେ, ସମସ୍ୟାର ସମାଧାନ କରିବେ। 

Umasankar Adv
Leave A Reply

Your email address will not be published.