ନକଲି ପ୍ରମାଣପତ୍ର ଦେଇ ଏସ୍‌ବିଆଇରୁ ୧୪ କୋଟି ଟଙ୍କା ଋଣ ନେଲା କଂପାନୀ

ନୂଆଦିଲ୍ଲୀ, ନଭେମ୍ବର ୧୧ : କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ସହିତ ୧୪ କୋଟି ଟଙ୍କାର ଠକେଇ ହୋଇଛି। ଠକେଇ ଯୋଗୁଁ ବାଙ୍ଗାଲୁରୁସ୍ଥିତ ଏକ ବାୟୋଫୁଏଲ୍ସ କଂପାନୀ ବିରୋଧରେ ମାମଲା ରୁଜୁ କରିଛି। ଏଫଆଇଆରରେ ଅଭିଯୋଗ ଅଣାଯାଇଛି ଯେ, ଅଙ୍କିତ ବାୟୋଫୁଏଲ୍ସ ଏଲଏଲପି ୧୫ କୋଟି ଟଙ୍କା ଆର୍ଥିକ ସହାୟତା ପାଇଁ ୨୦୧୫ ମସିହା ଅଗଷ୍ଟ ମାସରେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ରାଜାଜୀ ନଗରସ୍ଥିତ ଶାଖା ସହିତ ସଂପର୍କ କରିଥିଲା। ଫାର୍ମ ଦ୍ବାରା ବାୟୋମାସ ବ୍ରିକେଟ ଏବଂ ଅନ୍ୟ ସାମଗ୍ରୀ ଉତ୍ପାଦନ ପାଇଁ କର୍ଣ୍ଣାଟକର ତୁମକୁରୁ ଠାରେ ଏକ କାରଖାନା ଏବଂ ମେସିନ ପ୍ରତିଷ୍ଠା କରିବା ଲାଗି ସହାୟତା ମାଗିଥିଲା।  ସିବିଆଇ ଅଙ୍କିତ ବାୟୋଫୁଏଲ୍‌ସ ଏଲଏଲ୍‌ପି, ଏହାର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଜିବି ଆରାଧ୍ୟା, ପୂର୍ବତନ ପମୋଟର କେ. ଭେଙ୍କଟେଶ, ବର୍ତ୍ତମାନର ପାର୍ଟନର ଜେ ହାଲେଶ, ଅରୁଣ ଡି, କୁଲକର୍ଣ୍ଣି, ଜୀ ପୁଲମ ରାଜୁ, କେ ସୁବ୍ବା ରାଜୁ, ଥରୁମଲୈୟା ଥିମ୍ମାପ୍ପା ଓ ଅନ୍ୟ ସରକାରୀ ଅଧିକାରୀଙ୍କୁ ମାମଲାରେ ଅଭିଯୁକ୍ତ ଦର୍ଶାଇଛି। 

gpkandhamal

ତେଲେଙ୍ଗାନାର ରଙ୍ଗାରେଡ୍ଡୀ ଜିଲ୍ଲାରେ ଜୀ ପୁଲମ ରାଜୁ ଓ କେ ସୁବ୍ବା ରାଜୁ ଜୀଙ୍କ ସ୍ବାମୀତ୍ବ କଂପାନୀ ୫୬ ଏକ ଓ ୩୬ ଗୁଣ୍ଠ ଭୂମିକୁ ସିକ୍ୟୁରିଟି ଭାବେ ରଖାଯାଇଥିଲା। ବ୍ୟାଙ୍କ ୨୦୧୫ ନଭେମ୍ବର ୧୯ରେ ଲୋନ ଦେଇଥିଲା। ତେବେ ସିବିଆଇ ଜାଣିବାକୁ ପାଇଛି ଯେ, ନକଲି ପ୍ରମାଣପତ୍ର ମାଧ୍ୟମରେ କଂପାନୀକୁ ଲୋନ ଦିଆଯାଇଛି। 

Umasankar Adv
Leave A Reply

Your email address will not be published.