ସେମିଫାଇନାଲ ପୂର୍ବରୁ ବଢ଼ିଲା ପାକିସ୍ତାନର ଚିନ୍ତା

ଦୁବାଇ, ନଭେମ୍ବର ୧୧ : ଆଇସିସି ପୁରୁଷ ଟି-୨୦ ବିଶ୍ବକପ୍‌ରେ ଆଜି ପାକିସ୍ତାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ୨ୟ ସେମିଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ। ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଭାରତୀୟ ସମୟ ରାତି ସାଢ଼େ ୭ଟାରେ ଏହି ମୁକାବିଲା ହେବ। ଏହା ପୂର୍ବରୁ ପାକିସ୍ତାନର ଚିନ୍ତା ବଢ଼ିଥିବା ନେଇ ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି। ପାକିସ୍ତାନର ଚିନ୍ତା ବଢ଼ିବାର କାରଣ ହେଲା ଯେ, ଶୋଏବ୍‌ ମଲିକ ଓ ମହମ୍ମଦ ରିଜୱାନ୍‌ଙ୍କୁ ସଂକ୍ରମଣ ହୋଇଛି, ଯେଉଁଥି ପାଇଁ ସେମାନେ ଅଭ୍ୟାସ ମ୍ୟାଚ୍‌ରେ ସାମିଲ ହୋଇପାରି ନାହାନ୍ତି। 

gpkandhamal

ପାକିସ୍ତାନୀ ଗଣମାଧ୍ୟମର ରିପୋର୍ଟ ଅନୁସାରେ ସରଫରାଜ ଅହମଦ ଓ ହାଇଦର ଅଲୀଙ୍କୁ ବିକଳ୍ପ ଭାବେ ରଖାଯାଇଛି। ଏମାନେ ପୂର୍ବରୁ ମଧ୍ୟ ଦଳରେ ଅଂଶବିଶେଷ ଥିଲେ। ମାତ୍ର ଶୋଏବ୍‌ ମଲିକ ଓ ମହମ୍ମଦ ରିଜୱାନ୍‌ଙ୍କ କରୋନା ରିପୋର୍ଟ ନେଗେଟିଭ୍‌ ଆସିଛି। କିନ୍ତୁ ଡାକ୍ତର ସେମାନଙ୍କୁ ବିଶ୍ରାମ ନେବା ପାଇଁ ପରାମର୍ଶ ଦେଇଛନ୍ତି। ଉଭୟଙ୍କୁ ନେଇ ଅନ୍ତିମ ନିଷ୍ପତ୍ତି ହେବ। ଉଭୟ ଖେଳାଳି ଭଲ ଫର୍ମରେ ଥିବାରୁ ଏବଂ ଆଖି ଆଗରେ ଅଷ୍ଟ୍ରେଲିଆ ଥିବାରୁ ପାକିସ୍ତାନର ଚିନ୍ତା ବଢ଼ିବା ସ୍ବାଭାବିକ। ଶୋଏବ୍‌ ମଲିକ ଶେଷ ମ୍ୟାଚ୍‌ରେ ୧୮ଟି ବଲ ଖେଳି ୫୪ ରନ୍‌ କରିଥିଲେ।

Umasankar Adv
Leave A Reply

Your email address will not be published.