ପୂର୍ଣ୍ଣିଆ ଜେଲରେ ସଂଖ୍ୟାଲଘୁ କଏଦୀ ସମେତ ୪୪ ଜଣ କଲେ ଛଠ୍‌ ପୂଜା

ପାଟଣା/ନୂଆଦିଲ୍ଲୀ, ନଭେମ୍ବର ୧୧ : ବିହାର ସମେତ ଦେଶର ଭିନ୍ନ ଭିନ୍ନ ସ୍ଥାନରେ ଶ୍ରଦ୍ଧାଳୁ ଛଠ୍‌ ପର୍ବ ଧୂମ୍‌ଧାମ୍‌ରେ ପାଳନ କରିଛନ୍ତି। ପାଟଣା, ହାଜିପୁର, ଔରଙ୍ଗାବାଦ୍‌, ପୂର୍ଣ୍ଣିଆ ସମେତ ପୂରା ବିହାରରେ ବ୍ରତଧାରୀ ମାନେ ସୂର୍ଯ୍ୟଙ୍କୁ ପୂଜାର୍ଚ୍ଚନା କରିଛନ୍ତି। ଭଗବାନ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଇ ବ୍ରତ ଶେଷ କରିଛନ୍ତି।  ଔରଙ୍ଗାବାଦ୍‌ର ଦେବ୍‌ ଠାରେ କୌରାଣିକ ସୂର୍ଯ୍ୟକୁଣ୍ଡରେ ୫ ଲକ୍ଷରୁ ଅଧିକ ବ୍ରତାଧାରୀ ସୂର୍ଯ୍ୟ ପୂଜା କରିଛନ୍ତି। ପୌରାଣିକ କଥାବସ୍ତୁ ଅନୁସାରେ ଛଠ୍‌ ବ୍ରତ କରାଯିବା ଦ୍ବାରା ଶ୍ରଦ୍ଧାଳୁ ମାନଙ୍କର ମନୋକାମନା ପୂରା ହୋଇଥାଏ। ଏହି ଅବସରରେ ଭଗବାନ ଭାସ୍କରଙ୍କର ସାକ୍ଷାତ ଉପସ୍ଥିତ ହୋଇଥାଏ। ବିହାରର ସୋନ୍‌ ନଦୀ କୂଳରେ ବାରୁଣ, ସୋନନଗର, ନୱନେର, ଦାଉଦନଗର ବ୍ୟତୀତ ଅନ୍ୟ ଘାଟରେ ମଧ୍ୟ ଶ୍ରଦ୍ଧାଳୁମାନେ ଅସ୍ତମିତ ଓ ଉଦୀତ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଇଛନ୍ତି। 

gpkandhamal

ପୂର୍ଣ୍ଣିଆର କେନ୍ଦ୍ରୀୟ କାରାଗାରରେ ବନ୍ଦ ଥିବା ଜଣେ ସଂଖ୍ୟାଲଘୁ ସଂପ୍ରଦାୟର ମହିଳାଙ୍କ ସମେତ ମୋଟ୍‌ ୪୪ ଜଣ କଏଦୀ ଛଠ୍‌ ପର୍ବ ପାଳନ କରିଛନ୍ତି। ଜେଲ ପ୍ରଶାସନ ପକ୍ଷରୁ ଏହି କଏଦୀମାନଙ୍କ ପାଇଁ ବ୍ୟବସ୍ଥା କରାଯାଇଥିଲା। ଜେଲ୍‌ର ସବ୍‌ସୁପରିଟେଣ୍ଡେଣ୍ଟ ବୀରେନ୍ଦ୍ର କୁମାର ରାୟ କହିଛନ୍ତି ଯେ, ଜେଲରେ ବନ୍ଦ ୩୧ ମହିଳା କଏଦୀ ଓ ୧୪ ଜଣ ପୁରୁଷ ଛଠ୍‌ ପାଳନ କରିଛନ୍ତି। 

Umasankar Adv
Leave A Reply

Your email address will not be published.