ତାମିଲନାଡୁରେ ବନ୍ୟା ପରିସ୍ଥିତି

ନୂଆଦିଲ୍ଲୀ, ନଭେମ୍ବର ୧୨ : ଦୀର୍ଘ ଏକ ସପ୍ତାହ ଧରି ଚେନ୍ନାଇ ସମେତ ତାମିଲନାଡୁରେ ବର୍ଷା ଜାରି ରହିଛି। ଏହାରି ମଧ୍ୟରେ ଚେନ୍ନାଇର କିଛି ସ୍ଥାନରେ ବନ୍ୟା ପରିସ୍ଥିତି ଦେଖାଯାଇଛି। ବର୍ଷା ଯୋଗୁଁ ୧୪ ଜଣଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ଆଜିବି ରାଜ୍ୟର ଦକ୍ଷିଣ ଭାଗରେ ବର୍ଷା ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କେବଳ ତାମିଲନାଡୁ ନୁହେଁ, ପାଣିପାଗ ବିଭାଗ କହିଛି ଯେ, ତେଲେଙ୍ଗାନାର ଗୋଟିଏ ୨ଟି ଜିଲ୍ଲାରେ ବର୍ଷା ହେବ।

gpkandhamal

ଆଗାମୀ ୨୪ରୁ ୪୮ ଘଣ୍ଟା ମଧ୍ୟରେ ତେଲେଙ୍ଗାନାର କିଛି ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ। ହାଇଦ୍ରାବାଦସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଗଣମାଧ୍ୟମକୁ ଦିଆଯାଇଥିବା ସୂଚନା ଅନୁସାରେ କିଛି ସ୍ଥାନରେ ଆଗାମୀ ୨୪ରୁ ୪୮ ଘଣ୍ଟା ମଧ୍ୟରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।  ପ୍ରବଳ ବର୍ଷା ଓ ଖରାପ ପାଗ ଲାଗି ଚେନ୍ନାଇ ବିମାନବନ୍ଦର ଗତକାଲି ୫ ଘଣ୍ଟା ବନ୍ଦ ରଖାଯାଇଥିଲା। ଆଜି ମଧ୍ୟ ଦିନ ୧ଟା ୧୫ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବିମାନ ଆଗମନ ବନ୍ଦ ରିହବ। କିନ୍ତୁ ଏଠାରୁ ବିମାନ ଉଡିବାରେ କୌଣସି ଅସୁବିଧା ନାହିଁ। 

Umasankar Adv

 

Leave A Reply

Your email address will not be published.